ସିମୁଳିଆ ରେ ୭୮ତମ ଲକ୍ଷ୍ମୀ ନାରାୟଣ ପୂଜା ସହ ମହାଯଜ୍ଞ ଅନୁଷ୍ଟିତ।
ନୀଳଗିରି,୧୦/୪(ଓଡ଼ିଶା ଆଦର୍ଶ): ନୀଳଗିରି ଏନ୍ ଏ ସି ର ୯ନମ୍ୱର ୱାର୍ଡ ର ସିମୁଳିଆ ଗ୍ରାମରେ ୭୮ତମ ଲକ୍ଷ୍ମୀ ନାରାୟଣ ପୂଜା ସହ ମହାଯଜ୍ଞ ଅନୁଷ୍ଟିତ ହୋଇଅଛି। ସାତ ଦିନ ଧରି ଏହି ପୂଜା ସହ ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୧୯୪୭ମସିହାରୁ ଏହି ପୂଜା ଆରମ୍ଭ ହୋଇଥିଲା। ମରୁଡି ଆଶଙ୍କା ଦେଇଥିବା ବେଳେ ଗ୍ରାମର ପୁର୍ବଜ ମାନେ ଏହି ପୂଜା ସହ ମହାଯଜ୍ଞ ଆରମ୍ଭ କରିବାରୁ ପ୍ରବଳ ବର୍ଷା ହୋଇଥିଲା। ସେବେ ଠାରୁ ଏଯାବତ୍ ଗ୍ରାମର ସମସ୍ତ ଅଧିବାସୀ ଏହି ପୂଜା ରେ ସହଯୋଗ କରି ଆସୁଛନ୍ତି। ଲକ୍ଷ୍ମୀ, ନାରାୟଣ, ସରସ୍ଵତୀ ଙ୍କ ମୃମୟମୁତ୍ତି ନିର୍ମାଣ କରାଯାଇ ସାତ ଦିନ ଧରି ରୀତି ନୀତି ଅନୁଯାୟୀ ପୂଜା ପାଆନ୍ତି। ପ୍ରତି ଦିନ ସନ୍ଧ୍ୟାରେ ଆଖ ପାଖ ଅଞ୍ଚଳରୁ ଶହ ଶହ ଲୋକ ଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ପ୍ରତି ପରିବାର ସାତ ଦିନ ଧରି ଘରେ ଆମିଷ ନିଷେଧ କରିଥାନ୍ତି। ଗ୍ରାମର ରବିନ୍ଦ୍ର ମହଲ, ସୁଦର୍ଶନ ଦଳାଇ, କମଳାକାନ୍ତ ବେହେରା, ସୁଦର୍ଶନ ମହାନ୍ତି, ଦୀପକ ଗୋଛାୟତ, ଗୌରହରି ମହଲ, ବ୍ରହ୍ମାନନ୍ଦ ମହଲ, ହେମନ୍ତ ବେହେରା, କରୁଣାକର ବେହେରା, ଚଚିନ୍ଦ୍ର ମହଲ, ରାମଚନ୍ଦ୍ର ମହଲ,ପ୍ରଫୁଲ୍ଲ ଦଳାଇ, ଶିବ ନାରାୟଣ ଷଡ଼ଙ୍ଗୀ, ରାଜେନ୍ଦ୍ର ମହଲ ପ୍ରମୁଖଙ୍କ ସହଯୋଗ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।
إرسال تعليق