Header ADS

ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।

 ମହିଳା କନଷ୍ଟେବଳଙ୍କ ଝୁଲନ୍ତା

 ମୃତ ଦେହ ଉଦ୍ଧାର।



ବାଲେଶ୍ୱର,୮/୪(ଓଡ଼ିଶା ଆଦର୍ଶ): ବାଲେଶ୍ୱର ପୁଲିସ ଜଣେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ବାଲେଶ୍ୱର ପୁଲିସ ବାରାକ ଭିତରେ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତ ମହିଳା କନଷ୍ଟେବଳଙ୍କ ନାମ ଯଶୋଦା ଦାସ ବୋଲି ଜଣାପଡ଼ିଛି।ପାରିପାର୍ଶିକ ସ୍ଥିତି ଦେଖି ମହିଳା କନଷ୍ଟେବଳ ଯଶୋଦା ଦାସ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ଆତ୍ମହତ୍ୟା କରିଥିବା ପ୍ରକୃତ କାରଣ ଜଣାପଡ଼ି ନାହିଁ ଏବଂ ଏହାର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପଟେ ଯଶୋଦା ଙ୍କ ମୃତ୍ୟୁ ପଛରେ ପ୍ରେମ ସମ୍ପର୍କ ରହିଥିବ ବୋଲି ଅନୁମାନ କରୁଥିବା କହିଛନ୍ତି ପରିବାର।

Post a Comment

Previous Post Next Post
Header ADS