Header ADS

ନାବାଳିକା ଯୁବତୀକୁ ଆକ୍ରମଣ ସହ ଅପହରଣ ନେଇ ଦୁଇ ଯୁବକଙ୍କ ବିରୋଧରେ ଥାନାରେ ଏତଲା

ନାବାଳିକା ଯୁବତୀକୁ ଆକ୍ରମଣ ସହ ଅପହରଣ ନେଇ ଦୁଇ ଯୁବକଙ୍କ ବିରୋଧରେ ଥାନାରେ ଏତଲା



ନୀଳଗିରି,୨୬/୪(ଓଡ଼ିଶା ଆଦର୍ଶ):ନୀଳଗିରି ପଞ୍ଚଲିଙ୍ଗେଶ୍ଵର ନିକଟରେ ଜଣେ ନାବାଳିକା ଯୁବତୀକୁ କମେଣ୍ଟ ମାରିବା ଏବଂ ପ୍ରତିବାଦ କରିବାରୁ ଆକ୍ରମଣ କରି ଅପହରଣକରିବା ପାଇଁ ଚେଷ୍ଟାକରୁଥିବା ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ନୀଳଗିରି ପୋଲିସ। ସୂଚନା ଅନୁଯାୟୀ ନୀଳଗିରି ଥାନା ଅନ୍ତର୍ଗତ ଦ୍ବାରିକା ଗ୍ରାମର ଗଣେଶ ଚନ୍ଦ୍ର ବେହେରାଙ୍କ ଝିଅ ମୋନାଲିସା ବେହେରା (୧୭) ନିଜ ସମ୍ପର୍କୀୟଙ୍କ ସହିତ ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଯାଇଥିଲେ।ଫେରିବା ରାସ୍ତାରେ ଦୁଇଜଣ ଅଜଣାଯୁବକ ଏକ ପଲ୍ସର ଗାଡ଼ିରେ ଆସି ଯୁବତୀଜଣଙ୍କ ସାଇକେଲକୁ ଅଟକାଇ କମେଣ୍ଟ୍ ମାରିବା ମାରିଥିଲେ। ଯୁବତୀ ପ୍ରତିବାଦ କରିବାରୁ ତାକୁ ଧକ୍କାମାରିବା ସହ ଜୋରଜବରଦସ୍ତ ଗାଡ଼ିରେ ଉଠାଇ ନେବାକୁ ଚେଷ୍ଟା କରିଥିଲେ। ଯୁବତୀଜଣକ ପାଟି କରିବାରୁ ସମ୍ପର୍କୀୟ କକା କମଳାକାନ୍ତ ପରିଡା ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ତାଙ୍କ ନିକଟରୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା ବେଳେ ଯୁବକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। କମଳାଙ୍କ ମୁଣ୍ଡ ଏବଂ ମୁହଁରେ ଆଘାତ ଲାଗିବା ଫଳରେ ରକ୍ତସ୍ରାବ ହୋଇଥିଲା। ପରେ ସ୍ଥାନୀୟ ଲୋକ ଉଭୟଙ୍କୁ ଯୁବକମାନଙ୍କ କବଳରୁ ଉଦ୍ଧାରକରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଦ୍ବୟଙ୍କ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛି।ଉଭୟ ନାବାଳିକା ଯୁବତୀ ମୋନାଲିସା ଏବଂ କମଳାକାନ୍ତ ଏବେ ନୀଳଗିରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ମୋନାଲିସା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ତେବେ ଯୁବକ ଦୁଇଜଣ ବାଲେଶ୍ୱର ଫୁଲାଡି ଅଞ୍ଚଳର ଶୁଣିବାକୁ ମିଳିଛି।

Post a Comment

أحدث أقدم
Header ADS