ନୀଳଗିରି ଯୁବ ମୋର୍ଚ୍ଚା ତରଫରୁ ବିକଶିତ ଭାରତ ଏବଂ ବିକଶିତ ଓଡିଶା ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ-୨୦୨୫ ଉପରେ ଆଲୋଚନା।
ନୀଳଗିରି,୬/୩(ଓଡ଼ିଶା ଆଦର୍ଶ): ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ନୀଳଗିରି ତରଫରୁ ବିଦ୍ୟାଭାରତୀ ଛାତ୍ରବାସ କ୍ୟାମ୍ପସ ପରିସରରେ ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଦେବାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିକଶିତ ଭାରତ ଏବଂ ବିକଶିତ ଓଡିଶା ପାଇଁ କେନ୍ଦ୍ର ଓ ରାଜ୍ୟ ବଜେଟ-୨୦୨୫ ଉପରେ ଯୁବକ ମାନଙ୍କ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଉପସଭାପତି କରୁଣାକର ପଣ୍ଡା,ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶଶିକାନ୍ତ ମିଶ୍ର,ଯୁବ ନେତୃତ୍ୱ ଚନ୍ଦ୍ରଶେଖର ନନ୍ଦ,ନୀଳଗିରି ନଗର ବିଜେପି ସଭାପତି ସୂର୍ଯ୍ୟକାନ୍ତ ବିଶ୍ୱାଳ,ଯୁବ ନେତୃତ୍ୱ ବିକାଶ ସାହୁ ପ୍ରମୁଖ କେନ୍ଦ୍ର ଏବଂ ରାଜ୍ୟ ବଜେଟ ଉପରେ ନୀଳଗିରି ର ଯୁବକ ମାନଙ୍କୁ ଆଲୋକପାତ କରିଥିଲେ।




Post a Comment