Header ADS

ସାମ୍ବାଦିକ ସାନଭାଇଙ୍କ ଅକାଳ ବିୟୋଗ।

 ସାମ୍ବାଦିକ ସାନଭାଇଙ୍କ ଅକାଳ ବିୟୋଗ।



ବାଲିଗୁଡା,୯/୩(ସନ୍ଦୀପ କୁମାର ନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ର ଜଣାଶୁଣା ଏମବିସି ଟିଭି ଓ ବିଶ୍ଵବାଣୀ ପ୍ରତିଦିନ ଖବର କାଗଜର ସାମ୍ବାଦିକ ତାପସ କୁମାର ନାୟକଙ୍କ ସାନଭାଇ ସରକାରୀ ବସ ଡ୍ରାଇଭର ମିଲନ ଆନନ୍ଦ ନାୟକ (ଲିପୁ)ର ଗତକାଲି ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ହୋଇଥିଲା । ସେ ଜଣେ ଶାନ୍ତଶିଷ୍ଟ,ସରଳ, ମେଳାପୀ, ପରୋପକାରୀ ବ୍ୟକ୍ତିଥିଲେ। କିଛିଦିନ ତଳେ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ପ୍ରଥମେ ବାଲିଗୁଡା, ଫୁଲବାଣୀ ଓ ବ୍ରହ୍ମପୁର ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ। ବ୍ରହ୍ମପୁର ବଡ ମେଡିକାଲ ଆଇସିୟୁ ରେ, ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ସମୟରେ ଗତକାଲି ରାତ୍ର ୯:୩୦ ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେ କିଡ଼ନୀ ଓ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିଲେ। ଆଜି ସକାଳୁ ତାଙ୍କର ମର ଶରୀର ବାଲିଗୁଡା ନିଜ ବାସଗୃହରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ଆତ୍ମୀୟସଜନ ଙ୍କ ସହ ବାଲିଗୁଡା ର ସମସ୍ତ କାର୍ଯ୍ୟରତ ସାମ୍ବାଦିକ, ଡ୍ରାଇଭର ସଙ୍ଘ ସାହି ପୋଡ଼ଶୀ ସମସ୍ତେ ଉପସ୍ଥିତ ରହି ତାଙ୍କର ଶେଷକୃତ ସମ୍ପନ୍ନ କରିବାସହିତ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପରିବାରକୁ ଏହି ଦୁର୍ବଳ ମୁହୂର୍ତ୍ତରେ ସହିବାର ଶକ୍ତି ଓ ସାମର୍ଥ୍ୟ ଦେବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Post a Comment

Previous Post Next Post
Header ADS