ଉପଖଣ୍ଡ ଚିକିତ୍ସାଳୟରେ
ବିଭିନ୍ନ ଅବ୍ୟବସ୍ଥାକୁ ନେଇ ବିଶାଳ ଗଣଧାରଣା।
ନୀଳଗିରି ,୩/୩ (ଓଡ଼ିଶା ଆଦର୍ଶ):ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବିଭିନ୍ନ ଅବବ୍ୟସ୍ଥା ଏବଂ ଏହାର ନିରାକରଣ ନିମନ୍ତେ ନୀଳଗିରି ଯୁବସମାଜ ତରଫରୁ ସୋମବାର ଦିବା ୧୦ ଟା ଠାରୁ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ ଗଣଧାରଣା ଚାଲୁରହିଛି। ନୀଳଗିରି ଯୁବ ସମାଜର ଏକ ପ୍ରତିନିଧି ମଣ୍ଡଳ ଗତ ୨୪ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନସଚିବ, ସ୍ବାସ୍ଥ୍ୟ ସଚିବଙ୍କୁ ମେଲ୍ ଯୋଗେ ଦାବୀପତ୍ର ପ୍ରଦାନ କରାଯାଇଛି। ଏଥିସହ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟଅଧିକାରୀଙ୍କ ସମେତ ସ୍ଥାନୀୟ ଉପଜିଲ୍ଲାପାଳ, ଉପଖଣ୍ଡ ଚିକିତ୍ସାଧିକାରୀ, ଏସଡିପିଓ ଓ ଆଇଆଇସିଙ୍କ ଠାରେ ୯ଦଫା ପ୍ରମୁଖ ସମ୍ବଳିତ ଦାବୀପତ୍ରରେ ଉପଖଣ୍ଡ ଚିକିତ୍ସାଳୟରେ ୪୯ଟି ଡ଼ାକ୍ତରୀ ପଦବୀ ରହିଥିବା ବେଳେ ୧୬ଜଣ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ଅଧିକାଂଶ ଡାକ୍ତର ସ୍ଥାୟୀ ନୁହଁନ୍ତି। ପରନ୍ତୁ ଅଧିକାଂଶ ଡାକ୍ତର ହସ୍ପିଟାଲରେ ନରହି ବାହାରେ ରହୁଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ହସ୍ପିଟାଲରେ ୩ଟି ନର୍ସିଂ ସିଷ୍ଟର ପଦବୀ ଥିଲା ବେଳେ ତିନୋଟି ପୋଷ୍ଟ ଫାଙ୍କା ରହିଛି। ୯ଜଣ ନର୍ସ ରହିବା ଜାଗାରେ ୪ଜଣ ନର୍ସ ରହିଥିବା ଜଣାଯାଇଛି। ନାସା, ଗଳା, କର୍ଣ୍ଣ ଏବଂଯକ୍ଷ୍ମା ଡାକ୍ତର ପଦବୀ ଖାଲିରହିଛି। ଆଇସିୟୁ , ବ୍ଲଡବ୍ୟାଙ୍କ, ଅଲଟ୍ରାସାଉଣ୍ଡ ପାଇଁ ଷ୍ଟାଫ ନାହାନ୍ତି। ଯଦି ଆଗାମୀ ୩ତାରିଖ ମଧ୍ୟରେ ସମସ୍ତ ଅବ୍ୟବସ୍ଥା ପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନନିଆଯାଏ ତାହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବବୋଲି ୧୦୦ରୁ ଉର୍ଦ୍ଧ୍ବ ଯୁବସମାଜସେବୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ରରେ ପ୍ରଦାନ କରାଯାଇଥିଲା। ଏହି ଧାରଣାରେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଉଁଶବଣିଆ ସରପଞ୍ଚ ନିରଞ୍ଜନ ବାରିକ, ଯୁବ ସମାଜସେବୀ ସୁଧାରଞ୍ଜନ ମହାପାତ୍ର, ଅଶ୍ଵିନୀ କୁମାର ପାତ୍ର, ଅର୍ଧେନ୍ଦୁ ସିଂ, ପ୍ରିୟବ୍ରତ ମହାପାତ୍ର, ସୃଷ୍ଟିଧର ବାରିକ, ଫିଲୋସ୍ ସିଂ, ପ୍ରିୟରଞ୍ଜନ ସ ପ୍ରମୁଖ ଶହେରୁ ଉର୍ଦ୍ଧ୍ବ ଯୁବସମାଜସେବୀ ଧାରଣାରେ ସାମିଲ ରହି ସମସ୍ୟାର ସମାଧାନ ପର୍ଯ୍ୟନ୍ତ ଧାରଣା ଚାଲୁରହିବ ବୋଲି ଦାବୀ କରିଥିଲେ। ଅପରାହ୍ନ ପ୍ରାୟ ୨ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିନିଧି ସହକାରୀ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ସଞ୍ଜୀବ ଚୌଧୁରୀ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ,ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ସରୋଜିନୀ ପ୍ରଧାନ, ଡାକ୍ତର ସାହୁ ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତି ହୋଇ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଲିଖିତ ପ୍ରତିଶ୍ରୁତି ନଦେଲେ ଧାରଣା ପ୍ରତ୍ୟାହୃତ ହେବନାହିଁ ବୋଲି ସୂଚନା ମିଳିଛି।
Post a Comment