ଗଡ଼ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାରଖମାରେ ଆମ ସଂସ୍କୃତି ଓ ଆମ ଖେଳଣା କାର୍ଯ୍ୟକ୍ରମ ଓ ବାର୍ଷିକ ଉତ୍ସବ ପାଳନ।
ବାଲିଗୁଡା ,୨୯/୩(ଓଡ଼ିଶା ଆଦର୍ଶ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଗଡ଼ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆମ ସଂସ୍କୃତି ଓ ଆମ ଖେଳଣା କାର୍ଯ୍ୟକ୍ରମ ଓ ବାର୍ଷିକୀ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଅଛି ।ପ୍ରଧାନ ଶିକ୍ଷକ ଙ୍କ ଉପସ୍ଥିତିରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ମଧୁସୂଦନ ନାୟକ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀକାନ୍ତ ଦଳବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ର ଜୟରାମ ଦଣ୍ଡିଆ , ପୂର୍ବତନ ବାରଖମା ଗ୍ରାମପଞ୍ଚାୟତ ସରପଞ୍ଚ ହିନ୍ଦୁ ପ୍ରଧାନ, ଦେବସିଂ ବିନ୍ଧାଣି, ମାନସି ଦଣ୍ଡିଆ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ଅନ୍ୟ ସଭ୍ୟ ସଭ୍ୟା ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ପୁଣି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସେତବସନ୍ତ ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଉପସ୍ଥିତ ମୁଖ୍ୟ ଅତିଥି ଗଣ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅତି ସୁନ୍ଦର ଉପଦେଶ ଦେଇଥିବା ଦେଖିବାକୁ ମିଳିଛି ।ଏହାପରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ବିଦ୍ୟାଳୟରେ ଅଧ୍ୟୟନ ରତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତିକା, ପେନ, ଖାତା, କମ୍ପାସ, ପ୍ରଦାନ କରାଯାଇଥିଲା।ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ବାର୍ଷିକୀ ଉତ୍ସବ ପାଳନକୁ ନେଇ ବିଦ୍ୟାଳୟ କର୍ତ୍ତୁପକ୍ଷ, ପରିଚାଳନା କମିଟି, ଛାତ୍ର,ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେସ୍ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଛି । ଶେଷରେ ପ୍ରଧାନ ଶିକ୍ଷକ ସେତବସନ୍ତ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରାଯାଇଥିଲା।
Post a Comment