ମର୍ଣ୍ଣିଙ୍ଗ ୱାର୍କ ହେଲା କାଳ,
ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
ବାଲେଶ୍ୱର,୨୮/୩(ଓଡ଼ିଶା ଆଦର୍ଶ): ମର୍ଣ୍ଣିଙ୍ଗ ୱାକ୍ କରୁଥିବା ସମୟରେ ପଛପଟୁ ଧକ୍କା ଦେଲା ଆଇଚର୍। ଚାଲିଗଲା ଯୁବକଙ୍କ ଜୀବନ। ମୃତକ ହେଲେ ନୂଆପଡ଼ା ଗ୍ରାମର ସ୍ୱର୍ଗତ ନରେନ୍ଦ୍ର ଜେନାଙ୍କ ପୁଅ ବିଜୟ କୁମାର ଜେନା। ୧୬ ନଂ ଜାତୀୟ ରାଜପଥ ଗୁଣୁଦା ଛକଠାରେ ଏଭଳି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ ପଣପଣା ପଞ୍ଚାୟତ ନୂଆପଡ଼ା ଗ୍ରାମର ବିଜୟ କୁମାର ଜେନା (୨୪) ୧୬ ନଂ ଜାତୀୟ ରାଜପଥରେ ମର୍ଣ୍ଣିଙ୍ଗ୍ ୱାକ୍ କରୁଥିଲେ।ଏହି ସମୟରେ ସୋର ପଟୁ ଏକ ନାଲି ରଙ୍ଗର ଆଇଚର ଗାଡି ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ଦୁର୍ଘଟଣା ଫଳରେ ବିଜୟଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଚେତା ଶୂନ୍ୟ ହୋଇଯାଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଖନ୍ତାପଡ଼ାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ଦେଖିବା ପରେ ଯୁବକ ଜଣକ ମୃତ ବୋଲି ଘୋଷଣା କରିଥିଲେ। ଯୁବକଙ୍କ ମୃତ୍ୟୁ ଖବର ଜାଣିବା ପରେ ମେଡିକାଲ ପରିସରରେ ଶୋକର ଛାୟା ଖେଳିଯାଇଛି। ମେଡିକାଲ ତରଫରୁ ଯୁବକଙ୍କ ମୃତ୍ୟୁ ଖବର ଖନ୍ତାପଡ଼ା ଥାନାକୁ ଜଣାଇଥିବା ଜଣାପଡିଛି।
Post a Comment