Header ADS

ଅଟୋ କୁ ଧକ୍କା ଦେଲା ସ୍କର୍ପିଓ

 ଅଟୋ କୁ ଧକ୍କା ଦେଲା ସ୍କର୍ପିଓ



ନୀଳଗିରି,୧୩/୩(ଓଡ଼ିଶା ଆଦର୍ଶ): ଆଜି ସକାଳେ ଶେରଗଡ଼ ଝରଣଘାଟି ରାଜ୍ୟ ରାଜପଥ ପୋଡ଼ାଶୁଳ ଛକ ନିକଟରେ ନୀଳଗିରି ପଟୁ ସଜନାଗଡ ଆଡ଼କୁ ଏକ ମହିନ୍ଦ୍ରା ସ୍କର୍ପିଓ ଯାହାର ନମ୍ୱର୍ ଓଡି ୨୨ଏସ ୩୩୧୧ଗାଡ଼ିଟି ଏକ ଡ଼ାଲା ଅଟୋ ଯାହାର ନମ୍ବର ଓଡି ୦୧ଜେଡ ୮୭୧୫ କୁ ପଛ ପଟୁ ଦୃତ ଗତିରେ ଆସି ଧକ୍କା ଦେଇଥିଲା ଫଳରେ ଅଟୋ ଟି ରାସ୍ତାରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଯଦିଓ କୌଣସି ଜୀବନ ହାନି ଘଟିନାହିଁ ହେଲେ ଅଟୋ ଗାଡ଼ିର ଚାଳକ ଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଅଟୋ ଗାଡ଼ିର ପଛ ପଟ ଏବଂ ମୋହିନ୍ଦ୍ରା ସ୍କ୍ରପିଓ ଗାଡ଼ିର ଡାହାଣ ପାଖ ସମ୍ମୁଖ ଭାଗ ଭାଙ୍ଗି ରୁଜି ଚୁରମାର ହୋଇଛି। ତେବେ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ପ୍ରତ୍ୟକ୍ଷ ଦର୍ଶୀ କହୁଥିବା ବେଳେ ଦୁର୍ଘଟଣା ହୋଇଥିବା ସ୍ଥାନରୁ ମାତ୍ର ଅଳ୍ପ ଦୂରରେ ଦୁଇ ଦୁଇଟି ବିଦ୍ୟାଳୟ ଥିବାରୁ ଉକ୍ତ ଜାଗାରେ ଉଭୟ ପଟୁ ବେଗ ନିୟନ୍ତ୍ରଣ ବୋର୍ଡ ଏବଂ ରାସ୍ତାରେ ହମ୍ପସ ନିର୍ମାଣ କରିବାକୁ ସ୍ଥାନୀୟ ପ୍ରଶାସନକୁ ଅଞ୍ଚଳବାସି ଦାବି କରୁଥିବା ସୂଚନା ମିଳିଛି।

Post a Comment

Previous Post Next Post
Header ADS