ଡ୍ୟୁଟିରୁ ଫେରିବା ବେଳେ ଗାଡ଼ି ଚକ ତଳେ ଦିଦିଙ୍କ ଜୀବନ ଗଲା।
ବାଲିଗୁଡ଼ା,୧/୨(ସନ୍ଦୀପ କୁମାର ନାୟକ): ସ୍ୱଳ୍ପ ବେତନରେ ସବୁଦିନ ଭଳି ଆଜିବି ଗୁମା ପଞ୍ଚାୟତର ଉଷାବାଲି ଯାଇ ଡ୍ୟୁଟି କରିଥିଲେ ଅଙ୍ଗନବାଡି ସ୍ନେହଲତା ମଝିଆସେଠ। ହେଲେ ମଧ୍ୟାହ୍ନରେ ଡ୍ୟୁଟି ସାରି ଓଡି୧୨ ୭୦୨୭ ନମ୍ବର ବିଶିଷ୍ଟ ବେଲଘର ରୁ ଫୁଲବାଣୀ ଯାଉଥିବା ସରକାରୀ ବସରେ କୌଣସି କାର୍ଯ୍ୟ ପାଇଁ ତୁମୁଡିବନ୍ଧ ଆସିବାକୁ ବାହାରିଥିଲେ ଦିଦି l ଗାଡ଼ି ଆସିବାରୁ ହାତ ମାରି ଅଟକାଇବାକୁ ଚେଷ୍ଟା କଲା ବେଳେ ଗାଡ଼ି ଧକ୍କାରେ ଚକ ତଳେ ପଡିଗଲେ ଦିଦି l ଘଟଣା ସ୍ଥଳରେ ଚାଲିଗଲା ଦିଦିଙ୍କ ଜୀବନ l ଘରେ ପିଲାମାନେ ଚାହିଁବସିଥିଲେ ମା ର ଫେରିବା ବାଟକୁ କିନ୍ତୁ ମା ଚାଲିଗଲେ ଆରପାରିକୁ l ଦାଦନ ଖଟିବାକୁ ଯାଇଥିବା ସ୍ୱାମୀ ଖବର ପାଇ ଦୂର ରାଇଜରେ ବ୍ୟସ୍ତ ବିବ୍ରତ l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଉଷାବାଲି ଘାଟିରେ l ତୃଟି କାହାର ଜଣାପଡିନଥିବା ବେଳେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଉଷାବାଲି ଅଙ୍ଗନବାଡି ଦିଦି ସ୍ନେହଲତା ମଝିଆସେଠ୍ (୩୮ବର୍ଷ )ଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଥିବା ଅନୁମାନ କରାଯାଉଛି l ଶୋକ ସନ୍ତପ୍ତ ପରିବାରବର୍ଗ ଏବଂ ଉତ୍ୟକ୍ତ ଗ୍ରାମବାସୀ ଘଟଣା ସ୍ଥଳରୁ ଶବ ଆଣି ତୁମୁଡିବନ୍ଧ ଆମ୍ବେଦକର ଛକରେ ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ଦାବୀରେ ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳକୁ ତୁମୁଡିବନ୍ଧ ତହସିଲଦାର, ବେଲଘର ଥାନା ଅଧିକାରୀ ଏବଂ ତୁମୁଡିବନ୍ଧ ଥାନା ଅଧିକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି। ତେବେ ବର୍ତମାନ ସୁଦ୍ଧା ୫୯ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି l
إرسال تعليق