ଶୀତଳା ଯୁବ ପରିଷଦ ଆନୁକୂଲ୍ୟରେ ସରସ୍ବତୀଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ।
ଜଗତସିଂହପୁର,୦୩/୨(ଓଡ଼ିଶା ଆଦର୍ଶ ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତର ଖୁରାଣ୍ଟ ବାଲିତୁଠର ମା ଶୀତଳା ଯୁବ ପରିଷଦ ଆନୁକୂଲ୍ୟରେ ସରସ୍ବତୀଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଅବସରରେ ସନ୍ଧ୍ୟା ସମୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟାଜନ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ୪ ଗୋଟି ଡାନ୍ସ ଗ୍ରୁପ ଭାଗ ନେଇଥିଲେ. ମା ଶୀତଳା ଡାନ୍ସ ଗ୍ରୁପ, ମା ସରସ୍ବତୀ ଡାନ୍ସ ଗ୍ରୁପ, ସାଇ ଡାନ୍ସ ଗ୍ରୁପ ଓ ଷ୍ଟାର ଡାନ୍ସ ଗ୍ରୁପ । ଏହି ପ୍ରତିଯୋଗିତାରେ ମା ଶୀତଳା ଡାନ୍ସ ଗ୍ରୁପ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସହ ସହ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅମଲ କୁମାର ସାସମଲ୍ । ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଯୁବ ସମାଜସେବୀ ଗୋବିନ୍ଦ ପାତ୍ର, ରାଜେନ୍ଦ୍ର ସାମନ୍ତ ଓ ବିକାଶ ଚନ୍ଦ୍ର ମାନ୍ନା । ସଭାପତି ମୁରଲିଧର ସାମନ୍ତଙ୍କ ଅଧକ୍ଷତାରେ ଏ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ କୁ କୁମାର ଲିଟୁ ଓ ଦିବାକର କୁଅଁର ପ୍ରମୁଖ ସହଯୋଗ କରିଥିଲେ।
إرسال تعليق