ଖରାଦିନ ଆରମ୍ଭରୁ ଜଳକଷ୍ଟ,
ମିତ୍ରପୁରରୁ ଅଯୋଧ୍ୟା ରାସ୍ତା ଅବରୋଧ କଲେ ପାଟଣା ଗ୍ରାମବାସୀ
ନୀଳଗିରି,୧୦/୨(ଓଡ଼ିଶା ଆଦର୍ଶ): ଖରାଦିନ ଆରମ୍ଭରୁ ଦେଖା ଦେଲାଣି ଜଳକଷ୍ଟ। ଉପାୟ ନପାଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ। ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ମହିସାପଟା ପଞ୍ଚାୟତ ପାଟଣା ଗାଁ ରେ ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି ରହିଛି। ସେଥି ପାଇଁ ଗାଁରେ ନିର୍ବାଚନ ପୂର୍ବରୁ ଟ୍ୟାଙ୍କି ମାଧ୍ୟମରେ ପାଣି ଦିଆଯାଉଥିଲା କିନ୍ତୁ ନିର୍ବାଚନ ସରିବା ପରେ ଆଉ ଗାଁରେ ମିଳୁନି ପିଇବା ପାଣି।ତେଣୁ ବାଧ୍ୟ ହୋଇ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ବି କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଆଜି ଗ୍ରାମବାସୀ ମାନେ ଗରା ବାଲ୍ଟି ଧରି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଜିଲାପରିଷଦ ଗତିକୃଷ୍ଣ ନନ୍ଦ ପହଞ୍ଚି ଗାଁ ରେ ନୂଆ ନଳକୂପ ଖୋଳା ହେବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ।
إرسال تعليق