Header ADS

ଡିଭାଇନ ଏଜୁକେଶନଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କଳା ଦିବସ ପାଳିତ।

 ଡିଭାଇନ ଏଜୁକେଶନଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କଳା ଦିବସ ପାଳିତ।



ନୀଳଗିରି,୧୬/୨(ଓଡ଼ିଶା ଆଦର୍ଶ):ଡିଭାଇନ ଏଜୁକେଶନଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୪ ଫେବୃୟାରୀ ୨୦୧୯ରେ ମୃତ୍ୟ ବରଣ କରିଥିବା ୪୦ ରୁ ଉର୍ଦ୍ଧ ଯବାନ ଉଦ୍ଦେଶ୍ୟରେ ଏହି କଳା ଦିବସ ( black day ) ପାଳନ କରାଯାଇଛି । ଏଥିରେ ନୀଳଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଅଞ୍ଜନ କୁମାର ଦାସ୍ ଓ ଅଧ୍ୟାପକ ଶ୍ରୀ ପରମେଶ୍ବର ମହାଳିକ ଏବଂ ଡିଭାଇନ ଟ୍ୟୁଟୋରିଆଲ ର ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର ଉପସ୍ଥିତିରେ ଏହି ସଭା ଆୟୋଜିତ ହୋଇଥିଲା। ଏଥିରେ ୧୦୦ ରୁ ଅଧିକ ଦୀପ ଭାରତ ମାନଚିତ୍ର ମଧ୍ୟରେ ରଖି ଜାଳି ଥିଲେ ଓ ଶୋକ ସଭା ପାଳନ କରିଥିଲେ। ଏହାପରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ସହିତ ମିଶି ଶୋକ ସଭା ପାଳନ କରିଥିଲେ। ଏହାପରେ ସମସ୍ତ ଅଧ୍ୟାପକ ନିଜର ଅଭିଭାଷଣରେ ଆଜିର ଲୋକ ପ୍ରେମର ଦିବସକୁ ପାଳନ ନ କରି ପିତୃ ମାତୃ ଦିବସ ପାଳନ କରିବା ପାଇଁ ମତ ବ୍ୟକ୍ତ କରିଥିଲେ ଏବଂ ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର ୪୦ରୁ ଉର୍ଦ୍ଧ ସହିଦ୍ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ ଏବଂ ପିତୃ ମାତୃ ଦିବସ ପାଳନ କରିବା ପାଇଁ କହିଥିଲେ। ଏହା ପରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ଆଜିର ଦିନଟିକୁ ପିତୃ ମାତୃ ଦିବସର କିଛି ବାର୍ତ୍ତା ପ୍ରଦାନ କରି ଏହା କରିବା ଉଚିତ୍ ବୋଲି ମତ ଦେଇ ଥିଲେ । ଶେଷରେ ସଂପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର ଏହି ଉତ୍ସବକୁ ସମାପନ କରିଥିଲେ।

Post a Comment

أحدث أقدم
Header ADS