ନୀଳଗିରି ଟ୍ରକ ମାଲିକ ସଂଘର ନିର୍ବାଚନ
ନିର୍ଦ୍ବନ୍ଦ ରେ ଶେଷ ।
ସଭାପତି ହେଲେ ଶିଶିର, ସମ୍ପାଦକ ମାନସ
ନୀଳଗିରି, ୨୧/୨(ଓଡ଼ିଶା ଆଦର୍ଶ); ବାଲେଶ୍ୱର ଜିଲ୍ଲା ନୀଳଗିରି ଘରୋଇ ଟ୍ରକ ମାଲିକ ସଂଘର ନିର୍ବାଚନ ବିନା ପ୍ରତିଦ୍ବନ୍ଦିତା ଏବଂ ଶାନ୍ତି ଶୃଙ୍ଖଳା ରେ ଶେଷ ହୋଇଛି । ଏନେଇ ଗତ ୧୬ତାରିଖ ରବିବାର ଦିନ ଭୋଟର ତାଲିକା ପ୍ରକାଶ କରାଯାଇଥିଲା । ପରଦିନ ଅର୍ଥାତ ୧୭ ତାରିଖ ଦିନ ଆପତ୍ତି ଦାଖଲ କରାଯାଇଥିଲା ।ଏଥିରେ କୌଣସି ପ୍ରତିଦ୍ବନ୍ଦୀ ନଥିଲେ । ୧୯ତାରିଖ ଦିନ ଫାଇନାଲ ଭୋଟର ତାଲିକା ପ୍ରକାଶନ କରାଯାଇ ଥିବା ବେଳେ ଆଜି ଦିବା ୧୦ଘଟିକା ରୁ ୧୧ ଟା ଭିତରେ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଥିଲା । ପୂର୍ବାହ୍ନ ୧୧ ରୁ ୧୨ଘଟିକା ଭିତରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯାଇ ଥିଲା । ପରେ ଭୋଟ ଗ୍ରହଣ କରାଯାଇଥିଲା । ସଙ୍ଘର ୧୨୬ ଜଣ ସଦସ୍ୟ ମତଦାନ କରିଥିଲେ । ଶେଷରେ ଅପରାହ୍ନ ୧ ଘଟିକା ସମୟରେ ଫଳାଫଳ ଘୋଷଣା କରାଯାଇଥିଲା । ସଭାପତି ଭାବେ ଶିଶିର କୁମାର ରାଉତ, ଉପସଭାପତି ସରୋଜ କୁମାର ଦାସ, ସମ୍ପାଦକ ମାନସ ରଞ୍ଜନ ବାରିକ, ସହ ସମ୍ପାଦକ ଅଶୋକ କୁମାର ଦାସ, କୋଷାଧ୍ୟକ୍ଷ ବୀରେନ୍ଦ୍ର କୁମାର ଆଚାର୍ଯ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାର ଘୋଷଣା କରାଯାଇଥିଲା । ଉପଦେଷ୍ଟା ଭାବେ ଆଇନଜୀଵି ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ ଉପସ୍ଥିତ ଥିବାବେଳେ, ଆଇନଜୀଵି କିଶୋର ଚନ୍ଦ୍ର ଦାସ ଏବଂ ଦେବାନନ୍ଦ ଦାସ ନିର୍ବାଚନ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ । ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପରେ ନିର୍ବାଚିତ ପ୍ରତିନିଧି ଙ୍କୁ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
إرسال تعليق