ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ କଲେ
ସାଂସଦ ଓ ବିଧାୟକ।
ନୀଳଗିରି,୧୦/୨(ଓଡ଼ିଶା ଆଦର୍ଶ): ନୀଳଗିରି ତହସିଲ ଅଧିନ ବରହମପୁର ଆର ଆଇ ସର୍କଲରେ ୩୯ ଜଣ ଏବଂ ଛତ୍ରପୁର ସର୍କଲରେ ୮ ଜଣ ହିତାଧୀକାରୀଙ୍କୁ ମିଶାଇ ମୋଟ ୪୭ ଜଣଙ୍କୁ ପ୍ରଶାସନ ଦ୍ୱାରା ଚି଼ହ୍ନଟ ହୋଇଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ରବିବାର ସିକିମ ପଟ୍ଟା ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ଓ ନୀଳଗିରି ତହସିଲଦାର ସୋନମ ଦାସ, ବରହମପୁର ସରପଞ୍ଚ ନମିତାମଣି ସିଂ, ବରହମପୁର ଆର ଆଇ ରଞ୍ଜିତ ଜେନା ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଏହି ଅବସରରେ ତହସିଲ କର୍ମଚାରୀଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
إرسال تعليق