ଜଳିଗଲା ଚଳନ୍ତା କାର ଅଳ୍ପକେ ବର୍ତ୍ତିଲେ ଯାତ୍ରୀ।
ବାଲିଗୁଡା,୧୮/୧ (ସନ୍ଦୀପ କୁମାର ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସୀଙ୍ଗି ପଞ୍ଚାୟତ ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତି ୮.୩୦ ସମୟରେ ମହାସିଙ୍ଗ ଗ୍ରାମର ଏକ ପରିବାର କୋଟଗଡ ବ୍ଲକର ସୁବର୍ଣ୍ଣଗିରି ନିକଟସ୍ଥ ଲୁଦୁ ଜଳପ୍ରପାତ ବୁଲିବା ପାଇଁ ଯାଇଥିଲେ । ବୁଲାବୁଲି ସାରି ଘରକୁ ଫେରୁଥିବା ବେଳେ ହଠାତ ଗାଡିର ଇଞ୍ଜିନ ରେ କିଛି ଧୁଆଁ ବାହାରିବା ସହ ନିଆଁ ଦେଖୁବାକୁ ମିଳିଥିଲା ।ଏହା ପରେ ଡ୍ରାଇଭର ଗାଡିଟି ରଖିବା ସହ ସମସ୍ତ ଯାତ୍ରୀ ଙ୍କୁ ସଙ୍ଗେ ସଙ୍ଗେ ଗାଡିରୁ ଓଲ୍ଲାହିଇବା ସହ ଅଗ୍ନିଶମ ବାହିନୀ କୁ ଫୋନ କରିଥିଲେ I ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘଟଣା ସ୍ଥଳରେ ରେ ପୋଲିସ ପହଞ୍ଚି ଏସଆଇ ସଞ୍ଜୟ ସ୍ବାଇଁ ଯାତ୍ରୀ ମାନଙ୍କୁ ସୁରକ୍ଷିତ ରଖିବା ସହ ଘଟଣାର କାରଣ ପଚାରିଥିଲେ। ।ଆଉ ଦୁଇ କିଲୋମିଟର ପରେ ସେହି ପରିବାର ତାଙ୍କ ଘରେ ପହଞ୍ଚି ଥାନ୍ତେ । କିନ୍ତୁ ବିଧୂର ବିଧାନ କିଭଳି ଚଳନ୍ତା କାର ରେ ନିଆଁ ଲାଗି ଯାଇଥୁଲା ଅଳ୍ପକେ ସମସ୍ତେ ମୃତୁ ମୁଖରୁ ବଞ୍ଚିଯାଇଥିଲେ । ଏ ସମ୍ପର୍କରେ ଥାନା ଅଧିକାରୀ ସମ୍ବିତ କୁମାର ସ୍ବାଇଁ ତଦନ୍ତ କରିବା ପରେ ନିଆଁ ଲାଗିବାର କାରଣ ଜଣାପଡିବ ବୋଲି କହିଛନ୍ତି ।
إرسال تعليق