୨୮ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ: ସ୍ୱାଗତ ପାଇଁ ରାଜ୍ୟ ବିଜେପିର ବିରାଟ ଆୟୋଜନ।
ଦିନିକିଆ ଗସ୍ତରେ ଓଡିଶା ଆସୁଥିବା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨୮ ତାରିଖ ସକାଳ ୧୦ଟାରେ ଏୟାରପୋର୍ଟରୁ ଆରମ୍ଭ କରି ଜନତା ମଇଦାନ ପାର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ସ୍ୱାଗତ ଜଣାଇବେ । ଏଥି ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଜୀ ଉତ୍କର୍ଷ ଓଡିଶା ସମ୍ମିଳନୀରେ ଯୋଗ ଦେବେ । ଭୁବନେଶ୍ୱରର ଜନତା ମଇଦାନଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶ ତଥା ବିଦେଶରୁ ପ୍ରାୟ ୫ ହଜାର ପୁଞ୍ଜି ନିବେଶକାରୀ ପ୍ରତିନିଧି ଯୋଗ ଦେବେ । ଏହି ସମ୍ମିଳନୀ ଜରିଆରେ ଓଡିଶାକୁ ବୃହତ ପରିମାଣର ପୁଞ୍ଜି ନିବେଶ ସମ୍ଭବ ହେବା ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ସହାୟକ ହେବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଭଗବାନ ବିର୍ସା ମୁା ଏବଂ ର୍ସାର ପଟେଲଙ୍କ ୧୫୦ତମ ଜୟନ୍ତୀ, ସମ୍ବିଧାନ ଗୈାରବ ଅଭିଯାନ, ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀକୁ ପାର୍ଟୀ ତରଫରୁ ମହାଆଡମ୍ବରରେ ପାଳନ କରାଯିବ । ଏଥି ପାଇଁ ରାଜ୍ୟ କମିଟି ଗଠନ କରାଯାଇଛି । ବର୍ଷେ ବ୍ୟାପୀ ପାଳନ ହେବାକୁ ଥିବା ଭଗବାନ ବିର୍ସା ମୁା ଜୟନ୍ତୀ ପାଳନ ପାଇଁ ଗଠିତ କମିଟିରେ ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ଉପସଭାପତି ସୁଶ୍ରୀ ସୁକେଶୀ ଓରାମ, ଏସଟି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗ, ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ହାଁସଦା, ଫାଗୁ ହାଁସଦା, ମମିତା ନାୟକ, ବାସନ୍ତି ମାଝୀ, କରାମତି ଓରାମ, ଧୃବ କାଲୋ, ପଦ୍ମଚରଣ ହାଇବ୍ରୁ, ଦଶମାତୀ ଛତର, ହୃଷିକେଶ ଦେହୁରୀ, ସିଦ୍ଧାର୍ଥ ସିଂହ ପ୍ରମୁଖ ସଦସ୍ୟ ଅଛନ୍ତି ବୋଲି ଶ୍ରୀ ଷଡଙ୍ଗୀ ସୁଚନା ଦେଇଛନ୍ତି ।
إرسال تعليق