Header ADS

ବାଲେଶ୍ଵର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

 ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ।



ନୀଳଗିରି, ୨୦/୧(ଓଡ଼ିଶା ଆଦର୍ଶ): ଅଜି ଦିବା ୧୦ଘଟିକା ସମୟରେ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଗୋପୀନାଥ ପରିଡ଼ା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ  ବିଶ୍ବରଂଜନ ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶୁଭଲକ୍ଷ୍ମି ମାଝୀ, ସ୍ଥାନୀୟ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ତହସିଲଦାର ତଥା ନିର୍ବାହୀ ଅଧିକାରୀ, ଏନ.ଏ. ସି. ନୀଳଗିରି କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା, ବି. ଡି.ଓ ନୀଳଗିରି  ବିକ୍ରମ କେଶରୀ ପରିଡ଼ା ସମେତ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ସମସ୍ତ ବିଭାଗୀୟ ପଦାଧିକାରୀ ଉକ୍ତ ଜନ ଶୁଣାଣି ରେ ଯୋଗ ଦେଇଥିଲେ। ନୀଳଗିରି ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତ ରୁ ୧୦୨ ଜଣ ଅଭିଯୋଗକାରୀଙ୍କ ମଧ୍ୟରେ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ ର ଶୁଣାଣି କରାଯାଇଥିଲା। ଅଭିଯୋଗ ଗୁଡ଼ିକ ମଧ୍ୟରେ ଜଙ୍ଗଲ ଜମିପଟ୍ଟା, ଜଳସେଚନ, ବିଦ୍ୟୁତ୍, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, ରାସନ୍ କାର୍ଡ ସମ୍ବନ୍ଧୀୟ, ବାର୍ଦ୍ଧକ୍ୟ ଭତ୍ତା, ଆଇନ ଶୃଙ୍ଖଳା, ଦୀବ୍ୟାଙ୍ଗ ଭତ୍ତା,ସହାୟତା ରୁ ବଞ୍ଚିତ ହେବା ସମ୍ବନ୍ଧୀୟ ହୋଇଥିଲା। ଏ ସମସ୍ତ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ପଦାଧିକାରୀ ଙ୍କୁ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିକାଶ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରସାଦ ନିର୍ଦ୍ଦେଶ ଦେଇଥିଲେ।ଏହି ଜନ ଶୁଣାଣି ଶିବିରରେ ଉପଖଣ୍ଡ ଏବଂ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ପଦାଧିକାରୀ ସମେତ ନୀଳଗିରି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚୟତରୁ ଅଭିଯୋଗକାରୀ ଓ ଗଣ ମାଧ୍ୟମରେ ପ୍ରତିନିଧି ଗଣ ଯୋଗ ଦେଇଥିଲେ।

Post a Comment

Previous Post Next Post
Header ADS