ନୀଳଗିରି ରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ।
ନୀଳଗିରି,୨୬/୧୨(ଓଡ଼ିଶା ଆଦର୍ଶ): ନୀଳଗିରି ନିର୍ବାଚନ ମଣ୍ଡଳୀ ତରଫରୁ ପୁର୍ବତନ ବିଧାୟକ ସୁକାନ୍ତ ନାୟକଙ୍କ ନେତୃତ୍ୱରେ ଆଜି ବିଜେଡି ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।ନୀଳଗିରି ବାଇପାସ ରୋଡ଼ ଠାରେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ କେ.ସି ହାଇସ୍କୁଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ନାରାୟଣ ପ୍ରଧାନ,ସମ୍ମାନ୍ନିତ ଅତିଥି ଭାବେ ନୀଳଗିରି ବ୍ଲକ ଅଧକ୍ଷା ଶୁଭଲକ୍ଷ୍ମୀ ମାଝୀ, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ,ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁନୀତି ସିଂ,ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ ଓ ସୁବର୍ଣାମଞ୍ଜରୀ ସିଂ,ଭାଗବତ ଖିଲାର,ରାଧାଗୋବିନ୍ଦ ଖଟୁଆ,କମଳାମଣି ପରିଡା,ଶରତ ରାଜଙ୍କ ସମେତ ବହୁ କର୍ମୀ ନିଜର ବକ୍ତବ୍ୟ ରଖିଥିଲେ। ତେବେ ବିଜେପି ରାଜ୍ୟବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବେଳେ ରାଜ୍ୟବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଥିବା କୁହାଯାଇଛି ।ଏଥିପାଇଁ ଖୁବ ଶୀଘ୍ର ରାଜ୍ୟବାସୀ ଏହାର ଉଚିତ୍ ଜବାବ ଦେବେ ବୋଲି ଉପସ୍ଥିତ ବିଜେଡି କର୍ମୀ କହିଛନ୍ତି।
إرسال تعليق