ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ଦୁଇ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାର ଙ୍କୁ ବିଦ୍ୟାଳୟ ପରିସରରେ ତାଲା ପକେଇଲେ ଗ୍ରାମବାସୀ।
ବାଲିଗୁଡ଼ା,୦୫/୧୨(ସନ୍ଦିପ କୁମାର ନାୟକ):କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଡବମାହା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳୀ ହୋଇଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଛାତ୍ର , ଛାତ୍ରି , ଅଭିଭାବକ ଓ ଗ୍ରାମବାସୀ ମାନେ ବିଦ୍ୟାଳୟ ଫାଟକ ରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳପାଇଁ ଆନ୍ଦୋଳନ କରିଛନ୍ତି l କ. ନୂଆଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଆସିଷ୍ଟାଣ୍ଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ଦାସ ଙ୍କୁ ବିଦ୍ୟାଳୟ ପରିସର ରେ ଅଟକ ରଖି ବିଦ୍ୟାଳୟ ଫାଟକ ରେ ତାଲା ପକାଇ ପ୍ରତିବାଦ କରୁଛନ୍ତି ଗ୍ରାମବାସୀ ଓ ସମୂହ ଛାତ୍ର ଛାତ୍ରୀ। ଡବମାହା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ୬୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ କିଭଳି ପାଠ ପଢ଼ା ହେବ ସେନେଇ ସମସ୍ତ ଗ୍ରାମବାସୀ ମିଶି କ.ନୂଆଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହ ଦୁଇ ଜଣ ଏବିଓ ଙ୍କୁ ତାଲା ପକାଇ ଧାରଣାରେ ବସିଛନ୍ତି ଗ୍ରାମବାସୀ। ସବୁଠାରୁ ଗୁରୁ୍ୱପୂର୍ଣ୍ଣ କଥା ହେଲା ଛାତ୍ର ଛାତ୍ରୀ ମାନଙ୍କୁ ଗ୍ରାମବାସୀ ମାନେ ନିଜେ ରୋଷେଇ କରି ଖାଇବା ପାଇଁ ଦେଇଥିଲେ।
إرسال تعليق