ଶିକ୍ଷକ ଅଭାବ ପୂରଣ ଦାବୀରେ ବିଇଓଙ୍କୁ ଅଫିସରେ ତାଲା ପକାଇବା ସହିତ ଗ୍ରାମବାସୀଙ୍କ ଧାରଣା।
ବାଲିଗୁଡ଼ା,୩/୧୨(ସନ୍ଦିପ କୁମାର ନାୟକ):କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ମହାସିଂଙ୍ଗ ପଞ୍ଚାୟତର ଇନ୍ଦିରାଜା ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ବିଇଓ ଅଫିସରେ ତାଲା ପକାଇବା ସହିତ ଧାରଣାରେ ବସିଛନ୍ତି ଗ୍ରାମବାସୀ ।ବାରମ୍ବାର ଇନ୍ଦିରାଜା ଗ୍ରାମବାସୀ ବିଇଓଙ୍କୁ ଶିକ୍ଷକ ପୂରଣ ନିମନ୍ତେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ଯାହାରି ଫଳରେ ଉତ୍ତକ୍ତ ହୋଇ ଅବିଭାବକ ମାନେ ବିଇଓଙ୍କ କାଯ୍ୟାଳୟ ଫାଟକରେ ତାଲା ପକାଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କୁ ଶିକ୍ଷା ଅଧିକାରୀ ବୁଝାସୁଝା କରିଥିଲେ ମଧ୍ୟ କିଛି ଶୁଣି ନଥିଲେ ଗ୍ରାମବାସୀ। ଇନ୍ଦିରାଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୩ ଜଣ ପାଠ ପଢୁଥିବା ବେଳେ ଏଠାରେ ଜଣେ ମାତ୍ର ପ୍ରଧାନ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଏ ନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କହିଲେ ପିଲାମାନଙ୍କୁ ପାଠ ପଢାରେ ବହୁତ ଅସୁବିଧା ହେଉଛି ଏବଂ ଅଫିସ କାର୍ଯ୍ୟ କରିବା ପାଇଁ ମଧ୍ୟ ଅସୁବିଧା ହେଉଛି ବୋଲି କହିଥିଲେ। ସେଥିପାଇଁ ଗ୍ରାମବାସୀ ଉତ୍ୟପ୍ତ ହୋଇ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ଧାରଣାରେ ବସିରହିଥିଲେ।ଶିକ୍ଷକ ନିଯୁକ୍ତୀ ପୂରଣ ନ ହେବା ପଯ୍ୟନ୍ତ ଧାରଣାରୁ ହଟିବୁନି ବୋଲି ମମତା ଷାଣ୍ଢ ,ତପନ ଦିଗାଳ, ରାଜବନ ଦିଗାଳ ଗ୍ରାମବାସୀ ବୃନ୍ଦ କହିଥିଲେ। ପାଖାପାଖି ଦୁଇ ଘଣ୍ଟା ଧାରଣାରେ ବସିବା ପରେ ଦୁଇ ଜଣ ଶିକ୍ଷକଙ୍କୁ ଡେପୁଟେସନ ରେ ଦେବା ପରେ ଧାରଣାରୁ ଉଠିଥିଲେ ଗ୍ରାମବାସୀ।
إرسال تعليق