ସାନ୍ତାଳୀ ବ୍ରଦର୍ସ ସ୍ପୋଟିଂକ୍ଳବ୍ ତେଲିପାଳ ଆନୁକୁଲ୍ୟରେ ତିନି ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।
ନୀଳଗିରି,୮/୧୧(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଲକ୍ ତେଲିପାଳ ପଞ୍ଚାୟତ ତେଲିପାଳ ଠାରେ "ସାନ୍ତାଳୀ ବ୍ରଦର୍ସ ସ୍ପୋଟିଂ କ୍ଳବ୍"ଆନୁକୁଲ୍ୟରେ ୨୭ତମ ତିନି ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ୭ତାରିଖ ଅନୁଷ୍ଠିତ ପ୍ରଥମ ଦିବସ ଉଦ୍ଘାଟନୀ ମ୍ୟାଚରେ ବିଜେଡ଼ି ଯୁବନେତା ଉପେନ୍ଦ୍ର ଦାସ ଏବଂ ତେଲିପାଳ ସରପଞ୍ଚ ବାହାମଣି ମାର୍ଣ୍ଡି ଏହି ଉଦ୍ଘାଟନୀ ଉତ୍ସବକୁ ଫିତାକାଟି ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ। ପ୍ରଥମ ଦିନ ଖେଳରେ ୮ଗୋଟି ଫୁଟବଲ୍ ଟିମ ଅଂଶଗ୍ରହଣ କରି ଖେଳ ପ୍ରଦର୍ଶନ କରିଥିଲେ। ଦ୍ଵିତୀୟଦିବସ ଖେଳରେ ମୁଖ୍ୟଅତିଥି ଭାବେ ନୀଳଗିରି ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ମୁଖ୍ୟବକ୍ତା ୧୧ନଂ ଜିଲ୍ଲାପରିଷଦ ସଭ୍ୟା ସୁବର୍ଣା ମଞ୍ଜରୀ ସିଂ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଚେୟାରମେନ ମଦନ ମୋହନ ମାଝୀ, ତେଲିପାଳ ସରପଞ୍ଚ ବାହାମଣି ମାର୍ଣ୍ଡୀ, ଛତ୍ରପୁର ସରପଞ୍ଚ ମାଳତୀ ଟୁଡୁ, ବିଜେଡ଼ି ଯୁବନେତା ଉପେନ୍ଦ୍ର ଦାସ ପ୍ରମୁଖ ମଞ୍ଚାସିନ ରହିଥିଲେ। ଦ୍ଵିତୀୟ ଦିବସରେ ମଧ୍ୟ ୮ଗୋଟି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ବେଳେ ତୃତୀୟ ଶ୍ରେଷ୍ଠଦଳ ଭାବେ ମଧୁପୁରିଆ ଦଳକୁ ସ୍ୱାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।ଆଜି ତୃତୀୟ ତଥା ଅନ୍ତିମ ଦିବସରେ ବହୁ ଦର୍ଶକଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି ହେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ କ୍ଲବର ସଭାପତି ଅକ୍ଷୟ ମାଝୀ, ସମ୍ପାଦକ ସୂର୍ଯା ମାଝୀ, ଲସ ମାଝୀ, ହାମରା ମାଝୀ, କରନ ମାଝୀ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।
Post a Comment