Header ADS

ନୀଳଗିରି ଡିଭାଇନ ଚାରିଟେବୁଲ ଟ୍ରଷ୍ଟ କୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର - ୨୦୨୪

 ନୀଳଗିରି ଡିଭାଇନ ଚାରିଟେବୁଲ ଟ୍ରଷ୍ଟ କୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର - ୨୦୨୪



ନୀଳଗିରି,୬/୧୧(ଓଡ଼ିଶା ଆଦର୍ଶ): ପ୍ରତିବର୍ଷ ଓଡିଶା ସରକାରଙ୍କ ଜଙ୍ଗଲ, ପରିବଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରାଳୟ ତରଫରୁ ପରିବେଶ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ଜନ ପ୍ରେରଣା କରିଥିବା ଅନୁଷ୍ଠାନ ଓ ଵ୍ୟକ୍ତି ବିଶେଷଙ୍କୁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କୃତ କରାଯାଇଥାଏ।ସେହିପରି ଚଳିତ ବର୍ଷ  ନଭେମ୍ବର ମାସ ୬ ତାରିଖ ବୁଧବାର  ବନ ସଂରକ୍ଷକ ଏବଂ କାର୍ଯ୍ୟ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟ  ବାଲେଶ୍ୱର ରେ  ଓଡିଶା ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରକୃତିର ସୁରକ୍ଷା ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ ବିବିଧ ଜନହିତକର କାର୍ଯ୍ୟ ସମ୍ପାଦନ କରୁଥିବା ବିଭିନ୍ନ ସରକାରୀ ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ପ୍ରକୃତି ମିତ୍ର ପୁରସ୍କାର ଅର୍ପଣ କରାଯାଇଛି। ଏହି ଉତ୍ସବରେ ନୀଳଗିରି ବ୍ଲକ ନିମନ୍ତେ ନୀଳଗିରି ସହର ଉପଖଣ୍ଡ ରେ ଗଢି ଉଠିଥିବା ଡିଭାଇନ ଚାରିଟେବୁଲ ଟ୍ରଷ୍ଟ  କୁ ଏହି ମର୍ଯ୍ୟାଦା ଜନକ ପ୍ରକୃତି ମିତ୍ର ପୁରସ୍କାର - ୨୦୨୪ ପ୍ରାପ୍ତ ହୋଇଛି । ଦିବା ୧୧ ଘଟିକା ସମୟରେ  ବନ ସଂରକ୍ଷକ କାର୍ଯ୍ୟ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ଡିଭାଇନ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା  ତଥା ଟ୍ରଷ୍ଟି ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର ଙ୍କୁ ବାଲେଶ୍ଵର ବନ ସଂରକ୍ଷକ ଯୋଜନା ଅଧିକାରୀ କାନ୍ଦନ ସିଂହ ,ବନାଞ୍ଚଳ ରେଞ୍ଜର ଜଗନ୍ନାଥ ପରିଡା ଓ ସୁନିତା ମାଝି ତଥା କବି ଓ ସମାଜସେବୀ ଅଭୟ ଦାସବି ଅତିଥି ମାନଙ୍କ ଉପସ୍ଥିତିରେ      ମାନପତ୍ର ଓ ଅର୍ଥରାଶି  ସମ୍ବର୍ଦ୍ଧିତ ହୋଇ ସମଗ୍ର ନୀଳଗିରି ରେ ଏକ ଗୌରବ ବିମଣ୍ଡିତ ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଟ୍ରଷ୍ଟ ଗଠନ ହେବା ଠାରୁ ବହୁ ଯୁବକ ଯୁବତୀ ଙ୍କୁ ନେଇ ନିଜେ ଶ୍ରୀଯୁକ୍ତ ମହାପାତ୍ର ବର୍ଷ ସାରା ବିଭିନ୍ନ ପ୍ରକୃତି ମନସ୍କ କାର୍ଯ୍ୟକ୍ରମ କରିଥାନ୍ତି। ଚଳିତ ବର୍ଷ  ଚଷାଖଣ୍ଡ ଗ୍ରାମପଞ୍ଚାୟତ ଟଣକା ଗ୍ରାମରେ , ମଲ୍ୟାଣୀ ,କୁସୁମିଆ,ତଥା ୨୫୦ ଗୃହ ରେ ବୃକ୍ଷ ରୋପଣ କରିବାସହିତ ନୀଳଗିରିର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିପାରିଛି। ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରି , "ରକ୍ତଦାନ ମହତ୍ ଦାନ" ନାରାରେ ରକ୍ତ  ସଂଗ୍ରହ କରି ବହୁ ଗରିବ , ଅସହାୟ ଲୋକମାନଙ୍କର ଜରୁରୀ କାଳୀନ ସମୟରେ ରକ୍ତ ଯୋଗାଇଦେବାରେ ସହାୟକ କରିଛି। ରଥଯାତ୍ରା ହେଉ କିମ୍ବା ବିଭିନ୍ନ ପର୍ବ ପର୍ବାଣୀ ହେଉ ବିଭିନ୍ନ ସମୟରେ ରାସ୍ତା ସଫେଇ , ସ୍ବାସ୍ଥ୍ୟ ସେବା, ଶୃଙ୍ଖଳା ରକ୍ଷା କରିବା ଇତ୍ୟାଦି କାର୍ଯ୍ୟକ୍ରମ କରି ଲୋକମାନଙ୍କ ନିକଟରେ ପ୍ରିୟର ପାତ୍ର ହୋଇପାରିଛି। ନିଶା ନିବାରଣ , ନିରକ୍ଷରତା ଦୂରୀକରଣ ଇତ୍ୟାଦି ଜନସଚେତନତା କାର୍ଯ୍ୟକ୍ରମ ରେ ନିଜେ ଶ୍ରୀଯୁକ୍ତ ମହାପାତ୍ର ସାମିଲ୍ ହେବା ସହିତ ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଟ୍ରଷ୍ଟ ଆୟୋଜିତ କରିଛି। ତାଙ୍କ ଦ୍ବାରା ବସଷ୍ଟାଣ୍ଡ , ବଜାର ଇତ୍ୟାଦି ସ୍ଥାନ ପରିଷ୍କାର କରିବାରେ ସେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି। ଆଦିବାସୀ,ଗରିବ ଲୋକ ମାନଙ୍କୁ ଆର୍ଥିକ ସହାୟତା କରି ତାଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ସେ ସର୍ବଦା ଚେଷ୍ଟିତ । ଏହି ଭଳି ଶ୍ରୀଯୁକ୍ତ ମହାପାତ୍ର ଓ ତାଙ୍କ ଟ୍ରଷ୍ଟ ପ୍ରକୃତି ମନସ୍କୃତ ଓ ସମାଜ ସମ୍ପୃକ୍ତ ରାଜ୍ୟ ସରକାର ଦ୍ଵାରା ପୁରସ୍କୃତ  ହୋଇ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ବର୍ଦ୍ଧିତ ହୋଇଥିବାରୁ ନୀଳଗିରି ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି ।

Post a Comment

Previous Post Next Post
Header ADS