Header ADS

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଆସିବାସୀ ଯୁବ ଉଦ୍ୟୋଗୀ ମାନଙ୍କୁ ଆର୍ଥୀକ ସହାୟତା ରାଶି ପ୍ରଦାନ।

 ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଜରିଆରେ ଆସିବାସୀ ଯୁବ ଉଦ୍ୟୋଗୀ ମାନଙ୍କୁ ଆର୍ଥୀକ ସହାୟତା ରାଶି ପ୍ରଦାନ। 



ବାଲିଗୁଡ଼ା,୧୨/୧୧ (ସନ୍ଦୀପ କୁମାର ନାୟକ ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ଜରିଆରେ ଆସିବାସୀ ଯୁବ ଉଦ୍ୟୋଗୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ତତ୍ଵା ବଦ୍ଧନରେ ଆୟଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସନମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ପଣ୍ଡିତ ବିଶିମାଝି, କଳ୍ପନା କହଁର, ରଞ୍ଜିତ ସାହୁ, ଆଦିକନ୍ଧ ପଟନାୟକ, ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ପ୍ରକଳ୍ପ ପ୍ରବନ୍ଧକ ସମୀରନ ନାୟକ,ଆସିଷ୍ଟାଣ୍ଟ ଏକଜୁକୁଟିଭ ଇଞ୍ଜିନିୟର ବୈକୁଣ୍ଠ ବେହେରା, ନେତ୍ର ମାନସେଟ, ପଦ୍ମ ଚରଣ ଦାସ,ଆଇଟି ଡିଏ କୃଷି ଅଧିକାରୀ ରାଜେସ ପ୍ରଧାନ ଯୋଗ ଦେଇ ଥିଲେ । ପ୍ରଶାସନ ପକ୍ଷରୁ ୧୦୮ଟି କ୍ଲୋଷ୍ଟର ଜରିଆରେ ୨୬୦ ଖଣ୍ଡ ଗ୍ରାମରେ ଦାଦନ ମୁକ୍ତ କରିବା ସହିତ ଲହୁ ଉଦ୍ୟୋଗୀ ସ୍ଥାପନ କରି ଗ୍ରାମାଞ୍ଚଳର ୮୫ ଜଣ ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ଚୟନ କରି ମସ୍ଚ୍ୟ ଚାଷ, ସେଲୁନ, ଡିଟିପି ଦୋକାନ, ଗ୍ରସରୀ ଦୋକାନ,ବହି ଦୋକାନ, ଟେଣ୍ଟ ହାଉସ, ମୂର୍ତ୍ତି ଦୋକାନ, ଅଟୋ ବ୍ୟବସାୟ, ଓଲଡିଂ ଦୋକାନ,ଫୋଟ ଷ୍ଟୁଡ଼ିଓ ,ସ୍ଥାପନ କରି ଆତ୍ମ ନିର୍ଭର ଶିଳ ହେବା ନିମନ୍ତେ ପ୍ରଶାସନ ପକ୍ଷରୁ ଜଣଙ୍କ ପିଛା ମାଗଣା ଏକ ଲକ୍ଷ୍ୟ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । 


କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ଅତିଥି ମାନେ ଆସିବାସୀ ଯୁବ ଉଦ୍ୟୋଗୀ ମାନଙ୍କୁ ଏକ ଲକ୍ଷ୍ୟ ଟଙ୍କା ଚେକ ପ୍ରଦାନ କରିବା ସହ ଯୁବ ଉଦ୍ୟୋଗୀଙ୍କ ମଙ୍ଗଳ କାମନା କରିବା ସହ ପ୍ରଶାସନର ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଗ୍ରାମାଞ୍ଚଳର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ଉପସ୍ଥିତ ଆସିବାସୀ ଯୁବ ଉଦ୍ୟୋଗୀଙ୍କୁ ଅଭିଭାଷଣ ଦେଇ ଥିଲେ ।ଏହି କାର୍ଯ୍ୟକ୍ରମ ରେ ୯ଟି ବ୍ଲକ ର ସମସ୍ତ ଏକ୍ସପୋର୍ଟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ତୀର୍ଥବାସୀ ଘୋଡେଇ ପରିଚାଳନା କରିଥିବା ବେଳେ ପ୍ରକଳ୍ପ ପ୍ରବନ୍ଧକ ସମୀରନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post
Header ADS