Header ADS

ବେଙ୍ଗାଳୁରୁ ରେ ଓଡ଼ିଆ ଦାଦନ ଶ୍ରମିକ ମୃତ

 ବେଙ୍ଗାଳୁରୁ ରେ ଓଡ଼ିଆ ଦାଦନ ଶ୍ରମିକ ମୃତ




ନୀଳଗିରି,୨୨/୧୧(ଓଡ଼ିଶା ଆଦର୍ଶ):ବେଙ୍ଗାଳୁରୁରେ ବାଇକ ଧକ୍କାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ନୀଳଗିରି ବ୍ଲକ୍ ଗରଡ଼ିହି ପଞ୍ଚାୟତ ଅଧିନ ବାଙ୍କିସାହି ର ନାରାୟଣ ମାଝି (୬୦) ପୁଅକୁ ପାଠ ପଢ଼ାଇବା ପାଇଁ ବ୍ୟାଙ୍କ ଓ ଏକାଧିକ ଫାଇନାନ୍ସ ସଂସ୍ଥାରୁ ଋଣ ଆଣିଥିଲେ ଆଉ ସେହି ୠଣ ଟଙ୍କାରେ ପୁଅର ପାଠ ପଢ଼ା ସହିତ ୨ଝିଅ ଏବଂ ପୁଅକୁ ମଧ୍ୟ ବାହାଘର କରାଇଥିଲେ। ପାଖାପାଖି ୧୫/୧୭ ଲକ୍ଷ ଟଙ୍କା ୠଣ ଟଙ୍କା ର ଭାର ମୁଣ୍ଡ ଉପରେ ଥିଲା ଶେଷରେ ଏପଟେ କିଛି କାମ ଧନ୍ଦା ନ ମିଳିବାରୁ ନାରାୟଣ, ସ୍ତ୍ରୀ ଗୀତାଞ୍ଜଳି, ପୁଅ ଦୀନକୃଷ୍ଣ ଓ ବହୂ ତପଶ୍ୱନି ଦାଦନ ଖଟିବାକୁ ବେଙ୍ଗାଳୁରୁ ଯାଇଥିଲେ। ପ୍ରାୟ ଦେଢ଼ ବର୍ଷ ଧରି ଉକ୍ତ ପରିବାର ବାଙ୍ଗାଲୋର ସ୍ଥିତ ଏକ ଘୋରେଇ କମ୍ପାନୀରେ କାମ କରି ବହୁ ଲୋକଙ୍କ ୠଣ ମଧ୍ଯ ଶୁଝିଥିବା ଜଣାଯାଇଛି। କମ୍ପାନୀର ଗୋଟିଏ ୟୁନିଟରୁ କାମ ସାରି ଅନ୍ୟ ଏକ ୟୁନିଟକୁ ଚାଲି ଚାଲି ଯାଉଥିବା ସମୟରେ ଏକ ଦୃତଗାମୀ ବାଇକ ନାରାୟଣଙ୍କୁ ଧକ୍କା ଦେଇଥିଲା ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ସେଠାରୁ ନାରାୟଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ହେଁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ସମ୍ପର୍କୀୟ କୃତିବାସ ମାଝୀଙ୍କ ଉଦ୍ୟମରେ ଓ କମ୍ପାନୀ କତୃପକ୍ଷ ଙ୍କ ସୋହଯୋଗରେ ମରଶରୀରକୁ ଗାଁ କୁ ଅଣାଯାଉଛି। ଏହି ଦୁଃଖଦ ଖବର ପାଇବା ପରେ ଉକ୍ତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଉକ୍ତ ପରିବାରକୁ ସରକାରୀ ସ୍ତରରେ ସହାୟତା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Post a Comment

أحدث أقدم
Header ADS