Header ADS

ସିନ୍ଦ୍ରିଗାଁ ଠାରେ ବିଶ୍ୱ ଶୌଚାଳୟ ଦିବସ ପାଳିତ।

 ସିନ୍ଦ୍ରିଗାଁ ଠାରେ ବିଶ୍ୱ ଶୌଚାଳୟ ଦିବସ ପାଳିତ।



ବାଲିଗୁଡା,୧୮/୧୧ (ସନ୍ଦୀପ କୁମାର ନାୟକ) :କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସିନ୍ଦ୍ରିଗାଁ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି। ବାଲିଗୁଡା ପଞ୍ଚାୟତ ସମିତି ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ହେଲା ମୋ ଶୌଚାଳୟ ମୋ ସମ୍ମାନ,ସୁନ୍ଦର ଶୌଚାଳୟ ଉଜ୍ଜଳ ଜୀବନ। କାର୍ଯ୍ୟକ୍ରମରେ ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ଶୌଚାଳୟର ଉପକାରିତା ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ ଜଣେଇଥିଲେ। ଜଳ ପରିମଳ ବିଭାଗର ସମସ୍ତ କର୍ମଚାରୀ ଙ୍କ ସହ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିନ୍ଦ୍ରିଗାଁ ସରପଞ୍ଚ ରଘୁନାଥ ମଲ୍ଲିକ, ସମିତି ସଭ୍ୟା ପ୍ରମିଳା ମଲ୍ଲିକ, ବାଟାଗୁଡା ସରପଞ୍ଚ ପ୍ରତାପ ମଲ୍ଲିକ, ମିଡିଆକିଆ ସରପଞ୍ଚ ଅଶୋକ ମଲ୍ଲିକ, ସମିତି ସଭ୍ୟା ଜାନକୀ କହଁର, ବାରଖମା ସରପଞ୍ଚ କୁମୁଦିନୀ ମଲ୍ଲିକ, ସଲାଗୁଡା ସରପଞ୍ଚ, ବୁଡ଼ରୁକିଆ ସରପଞ୍ଚ, ପରମପାଙ୍ଗା ସରପଞ୍ଚ, ୱାର୍ଡ ମେମ୍ବର ପରମାନନ୍ଦ ନାୟକ ଙ୍କ ସମେତ ଜନପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ। ୧୦ ଜଣ ହିତାଧିକାରୀଙ୍କୁ ନୂଆ ଶୌଚାଳୟ ନିର୍ମାଣ ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦେଶ ନାମା ପ୍ରଦାନ କରିଥିଲେ।

Post a Comment

أحدث أقدم
Header ADS