Header ADS

୧୫୦ ତମ ବିର୍ସାମୁଣ୍ଡା ଜୟନ୍ତୀରେ କ. ନୂଆଗାଁ ଉଚ୍ଚ ବିଦ୍ୟାଳୟରେ "ଅଭିଭାବକ ଆମର ଅଂଶୀଦାର" କାର୍ଯ୍ୟକ୍ରମ ଅନୁଷ୍ଠିତ।

 ୧୫୦ ତମ ବିର୍ସାମୁଣ୍ଡା ଜୟନ୍ତୀରେ କ. ନୂଆଗାଁ ଉଚ୍ଚ ବିଦ୍ୟାଳୟରେ "ଅଭିଭାବକ ଆମର ଅଂଶୀଦାର" କାର୍ଯ୍ୟକ୍ରମ ଅନୁଷ୍ଠିତ।



ବାଲିଗୁଡ଼ା,୧୫/୧୧(ସନ୍ଦିପ କୁମାର ନାୟକ): ଆଜି ୧୫୦ ତମ ବିର୍ସାମୁଣ୍ଡା ଜୟନ୍ତୀରେ କନ୍ଧମାଳ ଜିଲ୍ଲା କ. ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ " ଅଭିଭାବକ ଆମର ଅଂଶୀଦାର "(ଆମେ ଜାଣିବା ଆମେ ଜିଣିବା) କାର୍ଯ୍ୟକ୍ରମ ଅନୁଷ୍ଠିତ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମାଧ୍ୟମରେ ଏକ ନିର୍ଦ୍ଧିଷ୍ଟ ସମାଜରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବାରେ ଏକ କଲ୍ୟାଣ କାରି କାର୍ଯ୍ୟକ୍ରମ। ରାଜ୍ୟର ଭୂମିକା ଓ ଦାୟୀତ୍ଵ କୁ ବୁଝିବା ପାଇଁ ବିଶେଷ କରି ଛାତ୍ରଛାତ୍ରୀ ଓ ସାଧାରଣ ସମ୍ପ୍ରଦାୟକୁ ସଚେତନ ଓ ଉତ୍ସାହିତ କରିବାପାଇଁ ବିଦ୍ୟାଳୟରେ ପିଲାଙ୍କ ପାଠପଢା ବା ଶିକ୍ଷଣ ପ୍ରକ୍ରିୟାରେ ଅଭିଭାବକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ ଅଟେ। ଏହି ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାର ସମସ୍ତ ଏସ୍ଏସଡି ବିଦ୍ୟାଳୟର  ଛାତ୍ରଛାତ୍ରୀ ଓ  ସେମାନଙ୍କ ପିତାମାତାଙ୍କୁ ନେଇ ଏକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଅଛି। 


ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଲଷ୍ମୀକାନ୍ତ ମଳିକ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କ. ନୂଆଗାଁ ବ୍ଲକ ଉପାଧ୍ୟାକ୍ଷ ଧବଳେଶ୍ୱର ପାତ୍ର, ଶ୍ୟାମଘନ ସାହୁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ହେଉଛି ଶିକ୍ଷକ, ଛାତ୍ରଛାତ୍ରୀ ଓ ପିତାମାତା ମଧ୍ୟରେ ଏକତା ରହିବା ପୁଣି ବିଦ୍ୟାଳୟର ସମସ୍ତ ଯୋଜନା ପିତାମାତା ଙ୍କୁ ଅବଗତ କରିବା ସହ ଯୋଜନାର ଲାଭ ଉଠେଇବା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅତିଥି ମାନଙ୍କ ଦ୍ଵାରା କୃତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମନୋଜ କୁମାର ରଥ ପରିଚାଳନା କରିଥିଲେ। ଅଧ୍ୟୟନ ରତ ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ଉପସ୍ତିତ ଥିଲେ ପୁଣି ଏହିପରି କାର୍ଯ୍ୟକ୍ରମ ପାଇଁ ସମସ୍ତେ ବେଶ ଖୁସି ଥିଲେ।

Post a Comment

أحدث أقدم
Header ADS