ବହୁଚର୍ଚ୍ଚିତ ଧୋବଶିଳା କଣ୍ଟାବଣିଆ ଧର୍ଷିତାଙ୍କ ପରିବାରକୁ ଭେଟିଲା ବିଜେଡ଼ି ମହିଳା ଫେକ୍ଟଫାଇଣ୍ଡିଂ ଟିମ୍।
ନୀଳଗିରି,୧୧/୧୧(ଓଡ଼ିଶା ଆଦର୍ଶ): ସ୍ବାମୀ ଘରେ ନଥିବାର ସୁଯୋଗନେଇ ଜୈନିକା ଅଳ୍ପବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଜଣେ ଅଭ୍ୟାସଗତ ଦୁଷ୍କର୍ମକାରୀକୁ ଶେଷରେ ପୋଲିସ ହେପାଜତକୁ ଯିବାକୁ ପଡ଼ିଛି। ଗତ ୭ତାରିଖ ରାତିରେ ସ୍ବାମୀ ନଥିବାର ସୁଯୋଗନେଇ କଣ୍ଟାବଣିଆ ଜାଗିରିସାହି ଗ୍ରାମର ଆକାଶ ବିନ୍ଧାଣୀ ଉକ୍ତ ଗ୍ରାମର ସୋମନାଥ ସିଂଙ୍କ ଘରେ ପଶି ତାଙ୍କର ପୁତୁରାବୋହୂକୁ କଟୁରୀ ଚୋଟର ଭୟ ଦେଖାଇ ଜୋରଜବରଦସ୍ତ ଦୁଷ୍କର୍ମ କରିବା ସହିତ, ଘଟଣା ବାହାରେ ପ୍ରକାଶକଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସ୍ବାମୀ ଘରେ ନଥିବାରୁ ପୀଡ଼ିତା ଜଣକ ନିଜର ଯାଆ ଏବଂ କକାଶଶୁରଙ୍କୁ ଜଣାଇବା ପରେ ଗ୍ରାମରେ ଏକ ବୈଠକ ବସିଥିଲା। ଉକ୍ତ ବୈଠକରେ ଦୁଷ୍କର୍ମକାରୀ ଆକାଶ ଘଟଣାକୁ ଅସ୍ବୀକାର କରିଥିଲେ। ଏନେଇ ମହିଳା ଜଣକ ଗତ ୯ତାରିଖରେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାଟି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅପରପକ୍ଷରେ ଦୁଷ୍କର୍ମକାରିଙ୍କ ତରଫରୁ ପୀଡ଼ିତାଙ୍କ କକାଶଶୁର ତାଙ୍କ ସ୍ତ୍ରୀଙ୍କୁ ବଳାତ୍କାର କରିଥିବା ନେଇ ପାଲଟା ଅଭିଯୋଗ ହୋଇଥିଲା। ନୀଳଗିରି ପୋଲିସ ଘଟଣାକୁ ଗୁରୁତର ସହ ନେଇ ଉଭୟ ବଳାତ୍କାରୀ ଆକାଶ ଏବଂ ପୀଡ଼ିତାଙ୍କ କକାଶଶୁର ସୋମନାଥକୁ ଅଟକରଖି ପଚରାଉଚରା କରିଥିଲା। ଉକ୍ତଘଟଣା ସମଗ୍ର ରାଜ୍ୟରେ ଚହଳ ପଡ଼ିଥିବା ବେଳେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ବିଜେଡ଼ି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ସୋମବାର ଅପରାହ୍ନରେ କଣ୍ଟାବଣିଆ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ଏହି ଟିମରେ ରାଜ୍ୟମହିଳା ବିଜେଡ଼ି କାର୍ଯ୍ୟକାରିଣୀ ସଭାନେତ୍ରୀ ତଥା ବସ୍ତା ବିଧାୟିକା ସୁବାସିନୀ ଜେନା, ଜଗତସିଂହପୁରର ପୂର୍ବତନ ରାଜ୍ୟସଭା ସାଂସଦ ରାଜଶ୍ରୀ ମଲ୍ଲିକ, ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପୂର୍ବତନମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ବିଜେଡ଼ି ମହିଳା ଉପସଭାନେତ୍ରୀ ସୁନିତି ସିଂଙ୍କ ସମେତ ବାଲେଶ୍ୱର ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ବିନ୍ଦୁବାଳା ନନ୍ଦୀ, ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷା ଉର୍ମିଲତା ଦାସ, ବାଲେଶ୍ୱର ନଗରସଭାନେତ୍ରୀ ମୀନା ମହାନ୍ତି, ରାଜ୍ୟ ମହିଳା ଯୁବବିଜେଡ଼ି ସମ୍ପାଦିକା ଜୟନ୍ତୀ ଦତ୍ତ, ରଞ୍ଜିତା ମହାପାତ୍ର, ମିନତୀ ସେଠୀ, ରୋଜି ପଟ୍ଟନାୟକ, ସୁଜାତା ମହାପାତ୍ର, ସଲିମା ବିବି, ଦ୍ୟୁତୀକୃଷ୍ଣା ସ୍ୱାଇଁ ଏବଂ ନୀଳଗିରି ବିଜୁଜନତା ଦଳର ମହିଳା ପ୍ରତିନିଧି ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ତପସ୍ଵିନୀ ମହାନ୍ତି, କମଳାମଣି ପରିଡା, ବାସନ୍ତୀ ମହଲ, ମାଳତୀ ମାରାଣ୍ଡି, ରଞ୍ଜିତା ଦଣ୍ଡପାଟ, ଚାନ୍ଦମଣି ମୁର୍ମୁ, ବାସନ୍ତୀ ହେମ୍ବ୍ରମ, ଅହଲ୍ୟା ସିଂ, ସାବିତ୍ରୀ ସିଂ ପ୍ରମୁଖ ପୀଡ଼ିତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ଉକ୍ତଟିମର ନେତୃତ୍ୱ ନେଇଥିବା ସ୍ନେହାଙ୍ଗିନୀ ଛୁରିଆ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ପୀଡ଼ିତା ମହିଳାଜଣକ ଏଭଳି ଘଟଣାରେ ସାହସର ସହିତ ଆଗକୁ ଆସିଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହିତ ରାଜ୍ୟରେ ବିଜେପିର ୫ମାସ ଶାସନ ମଧ୍ୟରେ ୮ଜଣ ଦୁଷ୍କର୍ମ ଏବଂ ଗଣବଳାତ୍କାରର ଶିକାର ହୋଇଥିବା କହିଥିଲେ। ରାଜ୍ୟରେ ମହିଳା ସୁରକ୍ଷିତ ନଥିବା ଅଭିଯୋଗ କରିବା ସହ ଉକ୍ତ ନୀଳଗିରି ଘଟଣାରେ ଦୁଷ୍କର୍ମକାରୀ ଜଣକ ବିଜେପି କର୍ମକର୍ତ୍ତା ହୋଇଥିବା ବେଳେ ସେ ନୀଳଗିରିର ବର୍ତ୍ତମାନର ବିଧାୟକ ସନ୍ତୋଷ ଖଟୁଆଙ୍କ ପାଖଲୋକ ବୋଲି ପ୍ରତିକ୍ରିୟାରେ ସୂଚନ ତେଣୁ ଏଭଳି ଘୃଣ୍ୟଘଟଣାରେ ଦୋଷୀକୁ କୋଠାର ଦଣ୍ଡଦେବା ସହିତ ପୀଡ଼ିତା ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଦାବୀ କରିଛନ୍ତି। ଅପରାନ୍ତରରେ ପୀଡ଼ିତାଙ୍କ କକାଶଶୁରଙ୍କୁ ପୋଲିସ ଛାଡି ଦେଇଥିବା ବେଳେ ଦୁଷ୍କର୍ମକାରି ଆକାଶକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି, ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ଗଙ୍ଗାଧର ମିଶ୍ର, ତାପସ ପରିଡା, ଗତିକୃଷ୍ଣ ନନ୍ଦ, ଉପେନ୍ଦ୍ର ଦାସ, କୁଳମଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
إرسال تعليق