Header ADS

ଲାଞ୍ଚୁଆ ହାବିଲଦାର ସସ୍ପେଣ୍ଡ।

 ଲାଞ୍ଚୁଆ ହାବିଲଦାର ସସ୍ପେଣ୍ଡ 

ଦୁଇ ହଜାର ଟଙ୍କା ହାତଗୁଞ୍ଜା ନେବା ହେଲା କାଳ



ନୀଳଗିରି,୧୨/୧୧(ଓଡ଼ିଶା ଆଦର୍ଶ): ଜଣେ ଲାଞ୍ଚଖୋର ହାବିଲଦାରଙ୍କୁ ୨ହଜାର ଟଙ୍କା ଲାଞ୍ଚ ନେଇଥିବା ଘଟଣାରେ ବାଲେଶ୍ୱର ଜିଲ୍ଲା ପୋଲିସ ଅଧିକ୍ଷକ ନିଲମ୍ବନ କରିଛନ୍ତି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅଧୀନରେ କାର୍ଯ୍ୟରତ ହାବିଲଦାର ଅଞ୍ଜନ ମିଶ୍ର ଏକ ଗୋରୁଗାଡ଼ିକୁ ଅଟକାଇ ତା ନିକଟରୁ ଅନଲାଇନ୍ ରେ ଦୁଇହଜାର ଟଙ୍କା ଗ୍ରହଣ କରିବା ସହିତ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ଏବଂ ଥାନାରେ ପୁରାଇଦେବାର ଧମକ ଦେବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଘଟଣାକୁ ଗୁରୁତ୍ବଦେଇ ବାଲେଶ୍ୱର ଏସ.ପି ରାଜ୍ ପ୍ରସାଦ ସଂପୃକ୍ତ ହାବିଲଦାର ଅଞ୍ଜନ ମିଶ୍ରଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି।

Post a Comment

Previous Post Next Post
Header ADS