Header ADS

ଦଲଦଲି ଠାରେ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ସମାରୋହ |

 

ଦଲଦଲି ଠାରେ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ସମାରୋହ  |


ନୀଳଗିରି,୭/୧୦(ଓଡ଼ିଶା ଆଦର୍ଶ): ଓଡିଶା ସରକାରଙ୍କର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୁଲ୍ୟରେ କୁଲଡିହା ବନଖଣ୍ଡ ବିଭାଗ ତରଫରୁ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇ ଯାଇଛି | ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦଲଦଲି ଗ୍ରାମର ଅଧିବାସୀ ଏବଂ କୁଲଡିହା ୱାଇଡ ଲାଇଫ ଓ ଅଫହୋପ୍ସ ମିଳିତ ଉଦ୍ୟମ ରେ ସଂସ୍ଥାର ସଭ୍ୟ ସଭ୍ୟା ଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା | ଏହି ସଭାରେ କୁଲଡିହା ରେଞ୍ଜର ପ୍ରବୀର ମୁର୍ମୁ, ଫରେଷ୍ଟର ଭାଗ୍ୟଶ୍ରୀ ଦିୱେଦି, ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ସେଠି, ୱାଇଡଲାଇଫ ଫାଉଣ୍ଡେସନ ର ସଭାପତି ମନୋରଞ୍ଜନ ଦାସ, ସମ୍ପାଦକ ଅସିତ ପ୍ରଧାନ, ସମାଜସେବୀ ଅମିତ ବଳିଆର ସିଂହ, ଜଙ୍ଗଲ ସୁରକ୍ଷା, ବୃକ୍ଷ ରୋପଣ ସମ୍ବଦ୍ଧରେ ମତବ୍ୟକ୍ତ କରିଥିଲେ | ଅଫହୋପ୍ସ ର ରୁ ସ୍ୱସ୍ତିକ ଦେ, ରାଇମାଣି ମୁର୍ମୁ, ଆଗ୍ନେଷା ପଟ୍ଟନାୟକ,ଓଁକାର ମୋହନ ଦାସ, ପ୍ରଶାନ୍ତ ଦାସ, ଧର୍ମକାଳୀ ଜୟରାମ ହାଁସଦା, ଉପସନା ପଟ୍ଟନାୟକ,ସସ୍ମିତା ମାଝୀ, ଆଇନଜୀବି ସୁରେଶ ଭୋଳପ୍ର,ଭାକର ପରିଡା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |

Post a Comment

أحدث أقدم
Header ADS