ବାତ୍ୟା ଦାନା ଆସିବା ପୂର୍ବରୁ ଗାଁ ଗୁଡିକରେ ବିଦ୍ୟୁତ୍ ସରବରାହ ହେଲା ବିଚ୍ଛିନ୍ନ
ନୀଳଗିରି ୨୩/୧୦(ଓଡ଼ିଶା ଆଦର୍ଶ):ସମ୍ଭାବ୍ୟ ବାତ୍ୟା ଦାନା ଆସିବା ପୂର୍ବରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ।ଟାଟା ପାୱାର କମ୍ପାନୀ ପକ୍ଷରୁ ନୀଳଗିରି ବ୍ଲକ୍ ବରହମପୁର ଡ଼ିଭିଜନ ଅଧୀନରେ ଗାଁ ଗୁଡିକରେ କରାଯାଇଥିବା ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି ଫଳରେ ଗ୍ରାହକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ଠାରୁ ବାତ୍ୟା ଦାନା ପ୍ରଭାବରେ ମଧ୍ୟମ ଧରଣର ବର୍ଷା ଯୋଗୁଁ ବରହମପୁର ଡ଼ିଭିଜନ ଅଧୀନରେ ଥିବା ଗ୍ରାମ ଗୁଡିକରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ବର୍ଷା ନାହିଁ କି ବିଜୁଳି ବି ମାରୁନାହିଁ ହେଲେ କାହିଁକି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେଲା ଏ ସମ୍ପର୍କରେ ଦେୟ ମୁକ୍ତ ସହାୟତା ନମ୍ୱର ରେ ଯୋଗାଯୋଗ କରିବାରୁ ସଠିକ୍ ତଥ୍ୟ ମିଳିପାରୁନାହିଁ ଫଳରେ ଅଞ୍ଚଳରେ ଏକ ପ୍ରକାର ବାତ୍ୟାର ଭୟ ଚାଲିଥିବା ବେଳେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବା ଲୋକଙ୍କ ସମସ୍ୟାକୁ ଦ୍ଵିଗୁଣିତ କରିଛି। ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କ ସହ ଫୋନ୍ କଲ ରେ ଯୋଗାଯୋଗ କରିବାରୁ ସେ ଫୋନ୍ କଲ ଗ୍ରହଣ କରୁନାହାନ୍ତି।
إرسال تعليق