Header ADS

ଭାରତୀୟ ଯୁବ ମୋର୍ଚ୍ଚା ପକ୍ଷରୁ ସଦସ୍ୟତା ଅଭିଯାନ ।

 


ନୀଳଗିରି,୧/୧୦(ଓଡ଼ିଶା ଆଦର୍ଶ): ଆଗାମୀ ୧୫ ଦିନ ରେ ବିଶ୍ବବିଦ୍ୟାଳୟ,ସମସ୍ତ ମହାବିଦ୍ୟାଳୟ, କୋଚିଂ ସେଣ୍ଟର,ବସଷ୍ଟାଣ୍ଡ,ରେଲୱେ ଷ୍ଟେସନ,ମନ୍ଦିର,ପୂଜା ମଣ୍ଡପରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ସଦସ୍ୟତା ଅଭିଯାନ କାର୍ଯକ୍ରମ କରାଯିବା ନେଇ ସ୍ଥିର କରାଯାଇଛି। ସେହି କ୍ରମରେ ମଙ୍ଗଳବାର ନୀଳଗିରି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ନୀଳଗିରି ମହାବିଦ୍ୟାଳୟ ସମ୍ମୁଖରେ  ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଦେବାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଥିଲା ।

 ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଳ୍ପ ସମୟ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନୀଳଗିରି ମଣ୍ଡଳ ସଭାପତି ସୂର୍ଯ୍ୟକାନ୍ତ ବିଶ୍ୱାଳ,ପଙ୍କଜ କୁମାର ପଣ୍ଡା,ତରୁଣ ଜେନା, ବିଶ୍ୱରାମ ମିଶ୍ର, ଗୋପୀବଲ୍ଲଭ ରାଉତ, ସନ୍ତୋଷ ନାୟକ, ରଂଜିତ ପଣ୍ଡିତ,ରତିକାନ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶତାଧିକ ସଂଖ୍ୟାରେ ୧୮ ବର୍ଷରୁ ଅଧିକ ଆଗ୍ରହୀ ଛାତ୍ର ଛାତ୍ରୀ ମାନଙ୍କୁ ସଦସ୍ୟତା ପ୍ରଦାନ କରଥିଲେ


Post a Comment

Previous Post Next Post
Header ADS