ନୀଳଗିରି ବିଜୁଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ।
ଏଥିରେ ଇଂ ସୁକାନ୍ତ କୁମାର ନାୟକ ସଭାପତିତ୍ବ କରିଥିବା ବେଳେ ବର୍ତ୍ତମାନର ବିଜେପି ସରକାର ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଶାସନ କ୍ଷମତାକୁ ଆସିଥିବା ବେଳେ ସମସ୍ତ ପ୍ରତିଶ୍ରୁତି ପାଣିରଗାର ପାଲଟି ଥିବା କହିଥିଲେ। ବିଜେପିର ଓଡ଼ିଆ ଅସ୍ମିତା,୩୦୦ ୟୁନିଟ୍ ମାଗଣା ବିଜୁଳି ଆଦି ବହୁ ପ୍ରତିଶ୍ରୁତି କେବଳ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଉଦ୍ଦିଷ୍ଟ ଥିଲା । ଅନ୍ୟମାନଙ୍କ ମଧ୍ୟରେ ନୀଳଗିରିବ୍ଲକ ଅଧକ୍ଷା ଶୁଭଲଷ୍ମୀ ମାଝି, ନୀଳଗିରି ୧୩ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ , ରାଜ୍ୟ ମହିଳା ବିଜେଡ଼ି ନେତ୍ରୀ ସୁନୀତି ସିଂ,ନୀଳଗିରି ଏନଏସି ଅଧକ୍ଷା ଅମ୍ବିକା ଦାସ, ବରିଷ୍ଠ ବିଜେଡି ନେତା ଗଙ୍ଗାଧର ମିଶ୍ର,୧୧ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ସୁବର୍ଣ୍ଣ ମଞ୍ଜରୀ ସିଂ,ନରଣପୁର ସମିତିସଭ୍ୟା ବିଦ୍ୟୁତପ୍ରଭା ପାତ୍ର,ବିଶ୍ବମ୍ବର ପରିଡା,ଶରତ କୁମାର ଦାସ,ରାଜୀବ କୁମାର ଦାସବାବୁ, ଉପେନ୍ଦ୍ର ଦାସ,ମନୀଷ କୁମାର ପରିଡା,ଉପେନ୍ଦ୍ର ନାୟକ ପ୍ରମୁଖ ବିଜେପି ସରକାର ଵିରୁଦ୍ଧ ରେ ବକ୍ତବ୍ୟ ରଖିଥିଲେ ଏବଂ ଆଗାମୀଦିନରେ କିଭଳି ବିଜେଡି ତାର ସଂଗଠନ କୁ ମଜବୁତ କରି ପୁନଶ୍ଚ କ୍ଷମତାକୁ ଫେରିବ ସେବିଷୟରେ ବକ୍ତବ୍ୟ ରଖିଥିଲେ। ଆଗାମୀ ଦିନରେ ଏହିଭଳି ପଦଯାତ୍ରା ନୀଳଗିରି ନିର୍ବାଚନ ମଣ୍ଡଳୀର ସବୁ ସ୍ଥାନରେ ଆୟୋଜିତ ହେବ ବୋଲି ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି।




Post a Comment