ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ।
ନୀଳଗିରି,୩୦/୧୦(ଓଡ଼ିଶା ଆଦର୍ଶ): ସମଗ୍ର ରାଷ୍ଟ୍ରରେ ଚଳିତବର୍ଷ ଅକ୍ଟୋବର ୨୮ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ନିଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଉପଜିଲ୍ଲାପାଳ ଶୁଭଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଅଛି। ଏହି ଉତ୍ସବରେ ସମାଜରୁ ଦୁର୍ନୀତି, ଭ୍ରଷ୍ଟାଚାରର ମୂଳୋତ୍ପାଟନ କରିବା, ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଦୁର୍ନୀତି ହେଉଛି ଘୋର ପ୍ରତିବନ୍ଧକ ବୋଲି ଉପଜିଲ୍ଲାପାଳ ଶ୍ରୀମତୀ ରଥ ପ୍ରକାଶ କରିଥିଲେ। ସମସ୍ତ ଅଧିକାରୀ, କର୍ମଚାରୀ, ସାଧୁତା, ସଚ୍ଚୋଟତା ଏବଂ ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଶପଥପାଠ ଉତ୍ସବରେ ସ୍ଥାନୀୟ ତହସିଲଦାର ଶ୍ରୀମତୀ ଡିପ୍ତିମୟୀ ବେହେରା, ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ରଣା, ସିଡିପିଓ ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର, ସାମାଜିକ ସୁରକ୍ଷା ଯୋଜନା ଅଧିକାରିଣୀ ଶ୍ରୀମତୀ ଅନିତା ନାୟକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ ଙ୍କ ସମେତ ବୈକୁଣ୍ଠ ନାଥ ରାୟ ଏବେ ସବ ଟ୍ରେଜେରି ର କର୍ମଚାରୀ, ତହସିଲ ଅଫିସ କର୍ମଚାରୀ, ଉପନିବନ୍ଧକ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
إرسال تعليق