ବେଆଇନ କରତକଳ ଉପରେ
ବନ ବିଭାଗର ଚଢ଼ାଉ।
ଲକ୍ଷାଧିକ ଟଙ୍କାର ଜନ୍ତ୍ରପାତି ସହିତ କାଠ ଜବତ।
ନୀଳଗିରି,୧୬/୧୦(ଓଡ଼ିଶା ଆଦର୍ଶ): ନୀଳଗିରି ଉପଖଣ୍ଡ ଦକ୍ଷିଣ ନରସିଂହପୁର ପଞ୍ଚାୟତ ପୁଅଗଢିଆ ଠାରେ ଥିବା ବେଆଇନ କରତକଳ ଉପରେ ଆଜି ବନ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା। ନୀଳଗିରି ବନ ବିଭାଗ ପାଖରେ ଉକ୍ତ ମିଲ ବିରୋଧରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ବାଲେଶ୍ୱର ଏ.ସି.ଏଫ ଙ୍କ ନିର୍ଦ୍ଧେଶ ରେ ନୀଳଗିରି ରେଞ୍ଜ ଅଧିକାରିଣୀ ଆଇସା ଅକ୍ତର ନିଶା ଙ୍କ ତତ୍ୱାବଧାନରେ ଆଜି ଭୋର ୩ଟା ସମୟରେ ଉକ୍ତ ମିଲରେ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉ ସମୟରେ କରତକଳର ସମସ୍ତ ଯନ୍ତ୍ରାଂଶ ଜବତ ହେବା ସହିତ ଇଉକାଲି ପଟାସ, ଆମ୍ବ,ସିମୁଳି ଇତ୍ୟାଦି କାଠ ଗଣ୍ଡି ଜବତ କରାଯାଇଛି। ଜବତ କାଠର ପରିମାଣ ୧୫୦.୨୨ସିଫ୍ଟ ବୋଲି ସୂଚନା ମିଳିଛି। ସେହିପରି ଜବତ ହୋଇଥିବା କାଠ ଓ କରତକଳ ଯନ୍ତ୍ରାଂଶର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ରେଞ୍ଜ ଅଧିକାରିଣୀ ପ୍ରକାଶ କରିଛନ୍ତି।
Post a Comment