ଡିଭାଇନ ଶିକ୍ଷାନୁଷ୍ଠାନ ର କମ୍ପିଟେଟିଭି ସଭାଗୃହ ରେ ଆଜି ବିଶ୍ଵ ଗୁରୁ ଦିବସ ପାଳିତ
ନୀଳଗିରି,୫/୧୦ (ଓଡ଼ିଶା ଆଦର୍ଶ): ନୀଳଗିରିର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ଡିଭାଇନ ଶିକ୍ଷାନୁଷ୍ଠାନ ର କମ୍ପିଟେଟିଭି ସଭାଗୃହ ରେ ଆଜି ବିଶ୍ଵ ଗୁରୁ ଦିବସ ଉପଲକ୍ଷେ ପୂଜ୍ୟପୂଜା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ପ୍ରଦୀପ ପ୍ରଜ୍ଵଳନ ଓ ବେଦମନ୍ତ୍ର ରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ।ଯେଉଁଥିରେ ବହୁ ବିଶିଷ୍ଟ ଦକ୍ଷ ଅବସରପ୍ରାପ୍ତ ତଥା କାର୍ଯ୍ୟରତ "ଗୁରୁଜୀ ଉପସ୍ଥିତ ରହି ଏହି ଆଲେଚନା ଚକ୍ରରେ ମହତ୍ତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୁରୁ ଓ ଶିଷ୍ୟ ସମ୍ଵନ୍ଧରେ ବ୍ୟବଧାନକୁ ଦୂରୀଭୂତ କରି ସମ୍ୱଦ୍ଧକୁ କିପରି ପବିତ୍ରମୟ କରାଯାଇପାରିବ, ତାହା ଆଲୋଚନା କରାଯାଇଥିଲା।ଏଥିରେ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ଡିଭାଇନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର। ଏହି ସଭାର ସଭାପତିତ୍ବ କରିଥିଲେ। ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ବିଶ୍ଵଗୁରୁ ପୁରସ୍କୃତ ମାନ୍ୟତାରେ ନିଜକୁ ସାମିଲ କରାଇପାରିଥିବା ନିଦର୍ଶନ ଶ୍ରୀଯୁକ୍ତ ବିନୋଦ ବିହାରୀ ପଣ୍ଡା । ବିଚାରକ ରୂପେ ପ୍ରଫେସର ଶ୍ରୀନିରୁଦ୍ଧ ଦାଶ(ଅବସର ପ୍ରାପ୍ତ ମାଡ୍ରାସ ବିଶ୍ୱବିଦ୍ୟାଳୟ,ସଂସ୍କୃତ ବିଭାଗ ), ବରିଷ୍ଠ ଶିକ୍ଷାବିତ ଅବସରପ୍ରାପ୍ତ ଅଧକ୍ଷ ଡ଼.କହ୍ନେଇ ଚରଣ ସ୍ୱାଇଁ, ଜଗନ୍ନାଥ ଚେତନା ସଂସ୍କୃତିର ମୁଖ୍ୟ,ଅବସର ପ୍ରାପ୍ତ ଶିକ୍ଷକ ଶ୍ରଯୁକ୍ତ ଭାଗବତ ମହାନ୍ତି ତଥା ବିଶିଷ୍ଟ କବି,ସାହିତ୍ୟିକ,ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶରତ ମହାପତ୍ର ଆସନ ଅଳଙ୍କୃତ କରିଥିଲେ।ଏହା ବ୍ୟତୀତ ବହୁ ବରିଷ୍ଠ ଶିକ୍ଷାବିତ ରହି ବହୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଆଲୋଚନା କରାଯାଇଥିଲା ତଥା ଏହି ପରିପ୍ରେକ୍ଷୀରେ ବରିଷ୍ଠ ଗୁରୁଜୀ ବୃନ୍ଦ ବହୁ ମୂଲ୍ୟବାନ ମତ ପ୍ରଦାନ କରିଥିଲେ।ଛାତ୍ର ଛାତ୍ରୀ ନିଜର ମତାମତ ସହିତ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ଆଜିର ସମାଜରେ ଛାତ୍ରଛାତ୍ରୀ ଓ ଗୁରୁଙ୍କ ଦୂରତା ନିମନ୍ତେ ଅନେକ କାରଣ ସହିତ କିପରି ସମ୍ପର୍କ କୁ ଫେରେଇ ଆଣିହେବ ସେଥିନିମନ୍ତେ ସମାଧାନର ସୂତ୍ର ମଧ୍ୟ ପ୍ରଦାନ କରିଥିଲେ। ଏହି ଦିବସ ଉପଲକ୍ଷେ ଉକ୍ତ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ ଓ ଗୁରୁଭକ୍ତି ନାଟକ ଉପସ୍ଥାପନା କରାଯାଇଥିଲା। ଏହି ସଭାଟିକୁ ଏତିକିରେ ସୀମିତ ନ ରଖି ଆଗକୁ ଏହାକୁ ବ୍ୟାପକ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା ଯେଉଁଥିରେ ଗୁରୁ , ଶିଷ୍ୟ ଭକ୍ତି ଓ ପ୍ରେମର ସଂକଳ୍ପ କରାଯାଇପାରିବ।ଏହି ସଭାରେ ସମସ୍ତ ଉପସ୍ଥିତ ଶିକ୍ଷକମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଅର୍ପଣ କରି ସମ୍ବର୍ଦ୍ଧନା କରାଯାଇଥିଲା।ଏହି ସଭାକୁ ସଫଲ୍ୟ ମଣ୍ଡିତ କରିବା ପାଇଁ ନୀଳଗିରି କୈଳାସ ଚନ୍ଦ୍ର ହାଇସ୍କୁଲ ର ଛାତ୍ର ଛାତ୍ରୀ ତଥା ଡିଭାଇନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଓ ଟ୍ରଷ୍ଟ ର ସଦସ୍ୟ ଓ ସଦସ୍ୟା ମାନେ ସହଯୋଗ କରିଥିଲେ। ପରିଶେଷରେ ଛାତ୍ରୀ ଗାୟତ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
إرسال تعليق