Header ADS

ବାତ୍ୟା "ଦାନା" ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ବ୍ଲକ୍ ଅଧ୍ୟକ୍ଷା

 ବାତ୍ୟା "ଦାନା" ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ବ୍ଲକ୍ ଅଧ୍ୟକ୍ଷା



ନୀଳଗିରି,୨୮/୧୦(ଓଡ଼ିଶା ଆଦର୍ଶ): ବାତ୍ୟା "ଦାନା" ଚାଲିଯାଇଛି ସତ ହେଲେ ବାତ୍ୟାର ପ୍ରଭାବରେ ବହୁତ କ୍ଷୟକ୍ଷତି ମଧ୍ୟ ହେଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ର ଲୋକେ ମଧ୍ୟ ଏହି ବାତ୍ୟା ଦାନା ର ପ୍ରଭାବରେ ବ୍ୟାପକ କ୍ଷତି ସହିଛନ୍ତି । କଉଠୀ ଧାନ ଏବଂ ପରିବା ଫସଲ ଉଜାଡ଼ି ଯାଇଛି ତ କଉଠୀ ପୁଣି କଚ୍ଚା ଘର ଭାଙ୍ଗି ଯାଇଛି ଯାହା ଫଳରେ ଚାଷୀକୁଳ ହତାଶ ହୋଇପଡ଼ିଥିବା ବେଳେ ଆଜି ନୀଳଗିରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମି ମାଝି ନୀଳଗିରି ର ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ପଞ୍ଚାୟତ ଗୁଡିକୁ ଯାଇ ବୁଲି ଦେଖିବା ସହିତ ତୁରନ୍ତ ବାତ୍ୟା ଜନିତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ତେବେ ବାତ୍ୟା "ଦାନା" ର ପ୍ରଭାବରେ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଆସିଥିବା ଯୋଗୁଁ ବହୁ ଲୋକଙ୍କ ଘର ପାଣି ଘେରରେ ଏବେବି ରହିଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ମାଝି ତୁରନ୍ତ ସେମାନଙ୍କ ବ୍ୟବସ୍ଥା କରିବାକୁ ଉଚ୍ଚ ପଦାଧିକାରୀ ଙ୍କ ସହ ଯୋଗାଯୋଗ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

Post a Comment

أحدث أقدم
Header ADS