Header ADS

ନୀଳଗିରି ଅବକାରୀ ବିଭାଗର ଚଢ଼ାଉ।

 


ନୀଳଗିରି,୧/୧୦(ଓଡ଼ିଶା ଆଦର୍ଶ): ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ କରି ଦୁଇ ଜଣ ଚୋରା ମଦ ବେପାରୀଙ୍କ ଠାରୁ ୨୯.୯୦୦ ଲିଟର ବିଅର ଜବତ କରିବା ସହିତ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ନୀଳଗିରି ବ୍ଲକ୍ ନରସିଂହପୁର ଗ୍ରାମର ଅରବିନ୍ଦ ବେହେରା (୪୮) ଙ୍କ ଠାରୁ ୨୩.୪୦୦ ଲିଟର ଏବଂ ସଠିି ବଲବଲିଆ ଗ୍ରାମର ସଂଯୁକ୍ତା ସାମଲ (୫୦) ଙ୍କ ଠାରୁ ୬.୫୦୦ ଲିଟର ଵିଅର ଜବତ କରିଛି। ତେବେ ଉଭୟଙ୍କ ବିରୋଧରେ କେସ ନମ୍ବର ୧୭୫ ଏବଂ ୧୭୬/୨୪-୨୫ ମୂଳେ କେସ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଏହି ଚଢ଼ାଉରେ ନୀଳଗିରି ଅବକାରୀ ଓ ଆଇ ସି ଜଗନ୍ନାଥ ବେହେରା, ଏ ଏସ ଆଇ ଜୟମାଧବ ଦାସପଟ୍ଟନାୟକ, କନେଷ୍ଟବଳ ତପନ ମଲ୍ଲିକ, ନାହାନ ମୁର୍ମୁ ପ୍ରମୁଖ ସାମିଲ ଥିଲେ।

Post a Comment

أحدث أقدم
Header ADS