ମନ୍ତ୍ରୀଙ୍କୁ ସ୍ୱାଗତ କଲେ ବିଧାୟକ
ନୀଳଗିରି,୧୫/୧୦(ଓଡ଼ିଶା ଆଦର୍ଶ): ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଆଜି ନୀଳଗିରି ସ୍ଥିତ ଡ଼ାକବଙ୍ଗଳା ପରିସରରେ ବିଜେପି ଦଳ ର ବରିଷ୍ଠ ନେତୃମଣ୍ଡଳୀ ଓ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ସହ ସ୍ଵାଗତ କରିଛନ୍ତି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ନୀଳଗିରି ବ୍ଲକ୍ ଅନ୍ତର୍ଗତ ଅଯୋଧ୍ୟା ଗ୍ରାମରେ ଆଞ୍ଚଳିକ ରାବଣ ପୋଡ଼ି ଉତ୍ସବ କମିଟି ପକ୍ଷରୁ ନିମନ୍ତ୍ରିତ ହୋଇ ମନ୍ତ୍ରୀ ଶ୍ରୀ ସୁରଜ୍ ଆସିଥିବା ବେଳେ ନୀଳଗିରି ଡାକବଙ୍ଗଳା ପରିସରରେ ମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ।
କିଛି ସମୟ ଡାକବଙ୍ଗଳା ପରିସରରେ ରହିବା ପରେ ମନ୍ତ୍ରୀ ନୀଳଗିରି ଜଗନ୍ନାଥ ମନ୍ଦିରର ଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ମନ୍ଦୀର ପରିକ୍ରମା କରିଥିଲେ ପରେ ଅଯୋଧ୍ୟା ଗ୍ରାମକୁ ଯାଇ ଆଞ୍ଚଳିକ ରାବଣ ପୋଡ଼ି ଉତ୍ସବ କମିଟି ପକ୍ଷରୁ ଆୟୋଜିତ ସଭାରେ ଯୋଗଦେଇଥିଲେ। ମନ୍ତ୍ରୀଙ୍କ ଏହି ନୀଳଗିରି ଗସ୍ତ ସମୟରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଙ୍କ ସମେତ ବହୁ ବିଜେପି ନେତା ଓ ନିର୍ବାଚିତ ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
إرسال تعليق