Header ADS

ପେଟ୍ରୋଲ ପମ୍ପ ରେ ତେଲ ପକାଇ ଗାଡ଼ି ଛୁ

ପେଟ୍ରୋଲ ପମ୍ପ ରେ ତେଲ ପକାଇ ଗାଡ଼ି ଛୁ 

ନୀଳଗିରି,୧୦/୧୦(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ନୀଳଗିରି-କପ୍ତିପଦା ରାଜ୍ୟ ରାଜପଥ ରାସ୍ତାର ତେଲିପାଳଠାରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ୪ ହଜାର ଟଙ୍କାର ପେଟ୍ରୋଲ ପକାଇ ଏକ କାର୍‍ ଛୁ ମାରିବା  ଘଟଣା ସମ୍ପ୍ରତି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କାର୍‍ର ଚାଳକ ଗାଡ଼ିରେ ପେଟ୍ରୋଲ ପକାଇବାକୁ କହିବାରୁ ଟାଙ୍କିରେ ଥିବା କର୍ମଚାରୀ ୪ ହଜାର ଟଙ୍କାର ପେଟ୍ରୋଲ ଭର୍ତ୍ତି କରିଥିଲେ କିନ୍ତୁ ପେଟ୍ରୋଲ ପକାଇ ସାରିବା ପରେ ଉକ୍ତ କାରଟି ଦ୍ରୁତଗତିରେ କପ୍ତିପଦା ରାସ୍ତାରେ ଚମ୍ପଟ ମାରିଥିଲା। ଗାଡ଼ି ନମ୍ବର ଦେଖିବାକୁ କର୍ମଚାରୀ ଜଣକ ଚେଷ୍ଟା କରିଥିଲେ ହେଲେ ଉକ୍ତ ଗାଡ଼ିର ନମ୍ବର ପ୍ଲେଟରେ ଗୋବର ଲେପ ଦିଆଯାଇଥିଲା। ଏନେଇ ପେଟ୍ରୋଲ ପମ୍ପ ମାଲିକ ତପନ ରାଉତ ସଙ୍ଗେ ସଙ୍ଗେ କପ୍ତିପଦା ପୁଲିସକୁ ଖବର ଦେଇଥିଲେ ହେଁ କାରଟି ସେହି ରାସ୍ତାରେ ନଯାଇ ଅନ୍ୟ ରାସ୍ତାରେ ଖସି ପଳାଇଛି। ଏ ସମ୍ପର୍କରେ ଟାଙ୍କି ମାଲିକ ଶ୍ରୀ ରାଉତ ବରହମପୁର ଥାନାରେ ଏକ ଏତଲା ଦାଏର କରିଛନ୍ତି ।

Post a Comment

أحدث أقدم
Header ADS