Header ADS

ଗାଡ଼ି ନ ଚାଲି ବି ଟୋଲ୍ ଦେବାକୁ ପଡ଼ୁଛି। କହିବେ କହାକୁ ଶୁଣିବ କିଏ। କାମ ଦେଉନି toll-free ନମ୍ୱର୍।



ନୀଳଗିରି,୨୯/୯(ଓଡ଼ିଶା ଆଦର୍ଶ): ଗାଡ଼ି ଅଛି ଭୁବନେଶ୍ୱରରେ ହେଲେ  ଟୋଲ ପ୍ଲାଜାରେ କଟୁଛି ଟଙ୍କା। ଏମିତି ଏକ ଅବିଶ୍ୱାସନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ୍ ଜଡିଦା ପଞ୍ଚାୟତ ବାଉଁଶନାଳ ଗାଁ ର ଧର୍ମେନ୍ଦ୍ର ମହାକୁଡ଼ ଙ୍କ ଠାରେ। ସୂଚନା ଅନୁଯାୟୀ ୨୯ ତାରିଖ ରାତି ୧୦.୦୫ ମିନିଟ ସମୟରେ ଧର୍ମେନ୍ଦ୍ର ମହାକୁଡ଼ଙ୍କ ମୋବାଇଲକୁ ଏକ ୬୦ ଟଙ୍କା କଟିଥିବାର ମେସେଜ ଆସିଥିଲା ଯାହା ତାଙ୍କ କାର ରେ ଲଗାଇଥିବା IDFC Fastag ର ମେସେଜ ବୋଲି ସେ ଜାଣିବାକୁ ପାଇଥିଲେ । ତେବେ କାର ଭୁବନେଶ୍ବର କିମସ ହସ୍ପିଟାଲ ରେ ଥିବା ବେଳେ କେମିତି ଟୋଲ ପ୍ଲାଜା ଅତିକ୍ରମ କଲା ଏବଂ ମେସେଜ ଆସିଲା ସେ ନେଇ ଉକ୍ତ ପରିବାର ଚିନ୍ତାରେ ପଡିଛନ୍ତି  । ବାଲେଶ୍ଵର ଜିଲ୍ଲା ଶେରଗଡ଼ ୧୬ ନମ୍ବର ଜାତୀୟ ରାଜପଥ ଶେରଗଡ଼ ଟୋଲ୍ ପ୍ଲାଜା ୨୯ ତାରିଖ (ରବିବାର) ରାତିରେ ଧର୍ମେନ୍ଦ୍ରଙ୍କ କାର ଅତିକ୍ରମ କରିଥିବା ମେସେଜ ଆସିଥିବା ବେଳେ ବାସ୍ତବରେ ତାଙ୍କ ଗାଡ଼ିଟି ଭୁବନେଶ୍ବର କିମସ ହସ୍ପିଟାଲ ରେ ତିନି ଦିନ ରୁ ଉର୍ଦ୍ଧ୍ବ ହେବ ଛିଡା ହୋଇଥିବା କହିଛନ୍ତି ଧର୍ମେନ୍ଦ୍ର । ତେବେ ଏମିତି ଭୁଲ କାହାର ଗାଡ଼ିରେ ଲଗାଯାଇଥିବା fastag ବ୍ୟାଙ୍କ ର ନା ଜାତିୟ ରାଜପଥ ରେ ଶୁଳ୍କ ଆଦାୟ କରୁଥିବା ଟୋଲ୍ ଗେଟ ର ତାହା ତଦନ୍ତ ପରିସର ହେଲେ ସତ୍ୟ ଜଣାପଡ଼ିବ। ଅନ୍ୟପଟେ ଉକ୍ତ ଗାଁ ର ଭଗିରଥ ନାୟକ ଙ୍କ ଗାଡ଼ି ଏକ ମାସରୁ ଊର୍ଦ୍ଧ୍ବ ସମୟ ଘରେ ଛିଡା ହୋଇଥିଲେ ହେଁ ଫୁଲାଡି ଠାରୁ ବାରିପଦା ଯାଉଥିବା ଜାତୀୟ ରାଜପଥ ର ପଦ୍ମନାଭପୁର ଟୋଲ୍ ଗେଟ୍ ରେ ଚଳିତ ମାସ ୧୩ ତାରିଖ ୧୧.୪୨ ମିନିଟ ସମୟରେ ମଧ୍ୟ ଟଙ୍କା କଟିଯାଇଥିବାର ମେସେଜ ତାଙ୍କ ପୁଅ ଦେବୀପ୍ରସନ୍ନ ନାୟକ ଙ୍କ ପାଖକୁ ଆସିଥିଲା।

Post a Comment

Previous Post Next Post
Header ADS