ନୀଳଗିରି,୨୧/୯(ଓଡ଼ିଶା ଆଦର୍ଶ): ନରଣପୁର କ୍ଲଷ୍ଟର ଅଧିନ ବାରାଗଡିଆ ପ୍ରାଥମିକ ବିଦ୍ୟାଳୟରେ ଆଜି ଚତୁର୍ଥ ମାସିକ ବୈଠକ ମାଟିଆଳି ଓ ନରଣପୁର ଶିକ୍ଷକ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ମୂଖ୍ୟ ଅତିଥି ଭାବେ ନରଣପୁର ସରପଞ୍ଚ ଦୀପ୍ତି ରାଣୀ ସିଂ ଯୋଗଦେଇଥିବା ବେଳେ ସିଆରସିସି ରୂପକ କୁମାର ପାସା ପରିଚାଳନା କରିଥିଲେ, ବାରାଗାଡ଼ିଆ ବିଦ୍ୟାଳର ପ୍ରଧାନ ଶିକ୍ଷକ କାଳି ଚରଣ ସିଂ ଙ୍କ ସମେତ ମାଟିଆଳି ଓ ନରଣପୁର କ୍ଲଷ୍ଟର ଅଧିନ ଶିକ୍ଷକ ମାନଙ୍କ ମଧ୍ୟରେ ଆନନ୍ଦ ସିଂ, ପ୍ରଶାନ୍ତ ସିଂ, ଘାସିରାମ ପୂର୍ତ୍ତି, ଗୁଣନିଧି ନାୟକ, ସୁଶାନ୍ତ ରଣାସିଆ, ମଙ୍ଗଲ ମାଝୀ, ସୁମିତ୍ରା ମୁଣ୍ଡୁରି, ଲୋକନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷାର ମାନ ଦ୍ଵିଗୁଣିତ କରିବା ସହିତ ଛାତ୍ର ଛାତ୍ରୀଙ୍କ ଉତ୍ତମ ପାଠ ପଢ଼ା ଉପରେ ଗୁରୁତ୍ବ ଦେବାକୁ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକ କୁ ଏସଏମସି ମେମ୍ବର ଓ ଅଙ୍ଗନୱାଡ଼ି ୱାର୍କର ସହଯୋଗ କରିଥିଲେ।
إرسال تعليق