Header ADS

ଛାତ୍ରୀଙ୍କ ଦେହରୁ ଚମଡ଼ା ଉତୁରିବା ଘଟଣା। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଛାତ୍ରୀଙ୍କୁ ଭେଟି କଲେ ଆସୁ ଆରୋଗ୍ୟ କାମନା

 


ଭୁବନେଶ୍ୱର,୧୭/୯(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଧୋବଶିଳା ପଞ୍ଚାୟତ ଅଧିନ ଧବଶିଳା ଗାଁ ର ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସ୍ନେହାଶ୍ରୀ ନାୟକ ଔଷଧୀୟ ସଂକ୍ରମଣ ଜନିତ ସମସ୍ୟା ପାଇଁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସକାଳୁ ଏକ ଡାକ୍ତରୀ ଟିମ ସହ ସେଠାରେ ପହଞ୍ଚି ସ୍ନେହଶ୍ରୀ ର ସ୍ୱାସ୍ଥ୍ୟ ଅବସ୍ଥା ବିଷୟ ରେ ଅବଗତ ହେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ତେବେ ଉକ୍ତ ଛାତ୍ରୀ ଜଣକ ଗଣେଶ ପୂଜା ସାରି ବିଦ୍ୟାଳୟରୁ ଘରକୁ ଆସିବା ପରେ ଜ୍ୱର ଆସିଥିଲା ପରିବାର ଲୋକେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବାକୁ ଦେଇଥିଲେ ପରେ ଛାତ୍ରୀଙ୍କ ଦେହରୁ ଫୁଟୁକା ହେବା ସହିତ ଦେହରୁ ଚମଡ଼ା ଉତୁରିବା ଆରମ୍ଭ ହୋଇଥିଲା। ପରିବାର ଲୋକେ ପ୍ରଥମେ ବାଲେଶ୍ଵର ପରେ ଭୁବନେଶ୍ୱର ରେ ଏକ ଘରେଇ ହସ୍ପିଟାଲ ରେ ଆଇସିୟୁ ରେ ଭର୍ତି କରିଛନ୍ତି। ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

Post a Comment

أحدث أقدم
Header ADS