Header ADS

ଡିଭାଇନ ଏଜୁକେଶନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷରୋପଣ କାର୍ଯକ୍ରମ ଆୟୋଜିତ।


ନୀଳଗିରି,୨୮/୮(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତ ଭୁଧାରଚଣ୍ଡୀ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଡିଭାଇନ ଏଜୁକେଶନ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ସତ୍ଵାଧିକାରୀ ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ବରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ଥିଲା ସବୁଜିମା ପୃଥିବୀର ପରିକଳ୍ପନା। କରିବା ଆମେ ବୃକ୍ଷ ରୋପଣ। ଆଜିଠୁ ଆମେ କରୁଛୁ ପଣ।ଆସ ଆମେ ବୃକ୍ଷ ଲଗେଇବା।ପୃଥିବୀକୁ ସବୁଜିମା ରେ ଭରିବା ଏହା ହିଁ ଥିଲା ଆଜିର ସ୍ଲୋଗାନ। ଉକ୍ତ କାର୍ଯ୍ୟକ୍ରମରେ ଭୁଧାରଚଣ୍ଡୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଶ୍ରୀଯୁକ୍ତ ନିରୋଦ କୁମାର ବିଶ୍ବାଳ ଅତି ମାର୍ମିକ ଭାବେ ବୃକ୍ଷ ହିଁ ଆମ ଜୀବନର ସ୍ପନ୍ଦନ ।ବୃକ୍ଷ ବିନା ଜୀବନ ବଞ୍ଚିବା ଅସମ୍ଭବ  ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷୟତ୍ରୀ କଳ୍ପଲତା ଦାସ,ସଂଯୁକ୍ତା ବାରିକ,କଳ୍ପନା ସିଂ,ସତ୍ୟଜିତ ବେହେରା ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ପ୍ରେରଣା ସହ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ।

ଦୂଷିତ ରାକ୍ଷାସ କବଳରୁ ପରିବେଶକୁ ସନ୍ତୁଳିତ କରିବା ଏବଂ  ସବୁଜିମା ପୃଥିବୀ ଗଠନ କରିବା ଥିଲା ମୂଳଲକ୍ଷ୍ୟ ।ଏହି କ୍ଷେତ୍ରରେ ବୃକ୍ଷ ଓ ପରିବେଶ ର ମହନୀୟତାକୁ ନେଇ କୁଇଜ ଓ ପ୍ରବନ୍ଧ ଶୀର୍ଷକ "ସବୁଜ ପୃଥିବୀ " ର ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ଭାଗନେଇ ଏହାକୁ ସଫଳ କରିଥିଲେ।କୁଇଜରେ ପ୍ରିୟ ଦର୍ଶନୀ ନାୟକ ପ୍ରଥମ ,ଭାଗ୍ୟଶ୍ରୀ ଖିଲାର, ରାଜଲକ୍ଷ୍ମୀ ସ୍ବାଇଁ  ଉଭୟ  ଯୁଗ୍ମ ଦ୍ଵିତୀୟ ପୁରସ୍କୃତ ହୋଇଥିଲେ ।ସେହିପରି ପ୍ରବନ୍ଧରେ ସାଇଶ୍ରୁତି ମହାପାତ୍ର ପ୍ରଥମ,ଆଦ୍ୟାଶା ଜେନା ଦ୍ଵିତୀୟ ଓ ଶେଷଦେଵ ମଢେଇ ତୃତୀୟ ସ୍ଥାନ ଅଧିକୃତ କରି ପୁରସ୍କୃତ ହୋଇଥିଲେ। ଆଜିର ଅତିଥି ସମ୍ବାଦ  ଓ କନକ ନ୍ୟୁଜ ର ନୀଳଗିରି ପ୍ରତିନିଧି ଦିଲ୍ଲୀପ କୁମାର ସ୍ୱାଇଁ  ଛାତ୍ରଛାତ୍ରୀ ମାନଙ୍କୁ ପୁନଶ୍ଚ ପୃଥିବୀ ର ସବୁଜିମା ବିଷୟରେ ପ୍ରେରଣା ଦେବା ସହିତ ପୁରସ୍କାର ବିତରଣ କରିଥିଲେ।ବିଭିନ୍ନ ଉପାଦେୟ ବୃକ୍ଷମାନ ରୋପଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଡିଭାଇନ ଟ୍ରଷ୍ଟ ରୁ ମହେଶ୍ୱର ମହାନ୍ତି,ଅଜୟ ସିଂ,ସୁଭମ କୁମାର ରାଉଳ,ପରେଶ ପୁହାଣ ,ସୁବ୍ରତ ଜେନା  ଆଦି ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Post a Comment

أحدث أقدم
Header ADS