Header ADS

ପରକୀୟା ପ୍ରୀତି ସନ୍ଦେହରେ ମାଆକୁ ପିଟିଲା ପୁଅ, ଥାନାର ଦ୍ୱାରସ୍ଥ ହେଲା ମାଆ ।

 


ନୀଳଗିରି,୧୪/୯(ଓଡ଼ିଶା ଆଦର୍ଶ): ମା'ର ପରକୀୟା ପ୍ରୀତିକୁ ସନ୍ଦେହ କରି , ମା'କୁ ବାନ୍ଧି  ମାଡ ମାରିଛି ପୁଅ । ନୀଳଗିରି ବ୍ଲକ୍ ଧୋବଶିଳା ପଞ୍ଚାୟତର କଇଁତୋଟା ଗ୍ରାମର ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା । ସୂଚନା ମୁତାବକ ଉକ୍ତ ଗ୍ରାମର ପାର୍ବତୀ ସିଂ ଏବଂ ତାଙ୍କର ଜଣେ ସମ୍ପର୍କୀୟ  ଭାଇକୁ ପାର୍ବତୀଙ୍କ ପୁଅ ରାଜୁ ପରକୀୟା ପ୍ରୀତି ସନ୍ଦେହ କରି ଉଭୟଙ୍କୁ ରାତି ତମାମ ବାନ୍ଧିବା ସହ ଘର ସମ୍ମୁଖ ଖୁଣ୍ଟିରେ ବାନ୍ଧି ମାଡ ମାରିଛନ୍ତି। ସକାଳ ହେବାରୁ ସ୍ଥାନୀୟ ସରପଞ୍ଚ ଦିଲ୍ଲିପ ସିଂ ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ବୁଧାସୁଝା କରି ଉଭୟଙ୍କୁ ମୁକୁଳାଇ ଥିଲେ। ପାର୍ବତୀ ଅସୁସ୍ଥତା ଅନୁଭବ କରିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ନିଆଯାଇ ଚିକିତ୍ସିତ ହେଉଥିବା ଜଣାଯାଇଛି।ଏନେଇ ପାର୍ବତୀ ନୀଳଗିରି ଥାନାର ଦ୍ବାରସ୍ଥ ହେବା ପରେ ନୀଳଗିରି ପୋଲିସ ତଦନ୍ତ ଆରମ୍ଭ କରିଛି।

Post a Comment

أحدث أقدم
Header ADS