ନୀଳଗିରି,୧୪/୯(ଓଡ଼ିଶା ଆଦର୍ଶ):ଫକୀରମୋହନ ବିଶ୍ୱବିଦ୍ୟାଳୟର ଟେକ୍ନୋଲୋଜି ଇନକ୍ୟୁବେସନ ଫାଉଣ୍ଡେସନ (ଟିବିଆଇ) ଅନଲାଇନ୍ କ୍ୟାବ ସେବା ଶିଳ୍ପର ଅଗ୍ରଣୀ କମ୍ପାନୀ ବଡ଼ ଇଣ୍ଟରନ୍ୟାସନାଲ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସହିତ ଏକ ବୁଝାମଣାପତ୍ର ସ୍ଵାକ୍ଷର କରି ଏହି ବ୍ୟବସ୍ଥାରେ ଭାଗିଦାରୀ ସ୍ଥାପନ କରିଛି। ବଡ଼ ଇଣ୍ଟରନ୍ୟାସନାଲ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡକୁ ଏହାର ଉତ୍ସ ବଢାଇବା ପାଇଁ ଆବଶ୍ୟକ ଉତ୍ସ ସହ ସହାୟତା ଯୋଗାଇବା ଏହି ସ୍ୱାକ୍ଷରିତ ଏମଓୟୁ ଲକ୍ଷ୍ୟ ରଖାଯାଇଛି ।
ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଉପାଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ବଡ଼ ଇଣ୍ଟରନ୍ୟାସନାଲ ଟେକ୍ନୋଲୋଜିର ପ୍ରତିଷ୍ଠାତା / ସିଇଓ ଶ୍ରୀ ଏସ.କେ ମେଘଲାଲଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର କୁକୁମୀନା ଦାସ ଏହି ବୁଝାମଣାପତ୍ରଟି ସ୍ଵାକ୍ଷର କରିଥିଲେ।ଏହାର ସର୍ତ୍ତାବଳୀ ଅନୁଯାୟୀ, ବଡ଼ ଇଣ୍ଟରନ୍ୟାସନାଲ ଟେକ୍ନୋଲୋଜି ଟି.ବି.ଆଇ ର ମେଣ୍ଟରସିପ୍, ନେଟୱାର୍କିଂ ସୁଯୋଗ, ଆଇନଗତ ଏବଂ ମାର୍କେଟିଂ ସହାୟତା, ପାଣ୍ଠି ସହାୟତା, ଏବଂ ସମ୍ମିଳନୀ କକ୍ଷ ଏବଂ ଅଡିଟୋରିୟମ ଇତ୍ୟାଦିର ଉନ୍ନୟନ କାର୍ଯ୍ୟକ୍ରମରେ ସହଯୋଗ କରିବ । ବିଶ୍ୱବିଦ୍ୟାଳୟର ଟି.ବି.ଆଇ ର ସଂଯୋଜକ ପ୍ରଫେସର ପଙ୍କଜ କୁମାର ପାଢୀ ଏବଂ ସି.ଓ.ଓ ଶ୍ରୀ ସୁନେନ୍ଦୁ ନାୟକ ଏହି ବୁଝାମଣାପତ୍ର ସ୍ୱାକ୍ଷର ସମାରୋହର ଆୟୋଜନ ତଥା ସଂଯୋଜନା କରିଥିଲେ।ବଡ଼ ଇଣ୍ଟରନ୍ୟାସନାଲ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍ ଅନଲାଇନ୍ କ୍ୟାବ ସେବାରେ ଏକ ଅଗ୍ରଣୀ, ସୁବିଧାଜନକ, ସୁଲଭ ଏବଂ ନିର୍ଭରଯୋଗ୍ୟ ପରିବହନ ସମାଧାନ ପ୍ରଦାନ କରିଥାଏ ଓ ଗ୍ରାହକଙ୍କ ସନ୍ତୁଷ୍ଟି ସହ ବୈଷୟିକ ଉଦ୍ଭାବନ ଉପରେ ଧ୍ୟାନ ଦେଇଆସିଛି।
ବିଶ୍ୱବିଦ୍ୟାଳୟର ଟି.ବି.ଆଇ ଏବଂ ବଡ଼ ଇଣ୍ଟରନ୍ୟାସନାଲ ଟେକ୍ନୋଲୋଜି ମଧ୍ୟରେ ଏହି ସହଭାଗିତା ଏହି ଅଞ୍ଚଳର ଆର୍ଥିକ ବିକାଶରେ ସହାୟକ ହେବ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।
ଏହି ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ମୂଖ୍ଯ, ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇଥିଲେ।
إرسال تعليق