Header ADS

ନୀଳଗିରି ଇଣ୍ଡୋର ଷ୍ଟାଡିୟମ ଠାରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ।

 


ନୀଳଗିରି,୧୭/୯(ଓଡ଼ିଶା ଆଦର୍ଶ): ନୀଳଗିରି ଇଣ୍ଡୋର ଷ୍ଟାଡିୟମ ଠାରେ ମହିଳା ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମତିଥିରେ ସୁଭଦ୍ରା ଯୋଜନା ଓ ଆବାସଯୋଜନାରେ ଗୃହନିର୍ମାଣ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଭୁବନେଶ୍ୱର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଶୁଭଉଦ୍ଘାଟନ କରିଥିବା ବେଳେ  ଏହି ଉପଲକ୍ଷେ ନୀଳଗିରି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ନୀଳଗିରି ଉପ ଜିଲ୍ଲାପାଳ ଶୁଭଶ୍ରୀ ରଥ , ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଉପାଧ୍ୟକ୍ଷ ଜ୍ୟୋତିର୍ମୟ ପୁଥାଳ, ଏନଏସି ଉପାଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା, ଭାରତୀୟ ପ୍ରଶାସନିକ ଅଧିକାରୀ ଦୁଧାଲ ଅଭିଷେକ ଦିଲ୍ଲୀପ, ବିଡିଓ ରାହୁଲ ମଣ୍ଡଳ, ଏନଏସି ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାସ ,ସମାଜସେବୀ କରୁଣାକର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

 ନୀଳଗିରି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ହିତାଧିକାରୀ ମାନଙ୍କ ମଧ୍ୟରୁ ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ଖଟୁଆ ପାଞ୍ଚହଜାର ଟଙ୍କାର ଡମି ଚେକ ପ୍ରଦାନ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହନିର୍ମାଣ କାର୍ଯ୍ୟାଦେଶ ଏବଂ ସ୍ବଚ୍ଛତା ହିଁ ସେବା ପାଇଁ ମଧ୍ୟ ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୀଳଗିରି ବ୍ଲକରୁ ୨୫ଗୋଟି ପଞ୍ଚାୟତର ହିତାଧିକାରୀ , ନିର୍ବାଚିତ ଲୋକପ୍ରତିନିଧି, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ପଞ୍ଚାୟତ ସମିତିର କାର୍ଯ୍ୟକର୍ତ୍ତା ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ।

Post a Comment

أحدث أقدم
Header ADS