ନୀଳଗିରି, ୨୯/୯(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଳକ ଜଡ଼ିଦା ପଞ୍ଚାୟତ ଡେଙ୍ଗାସାହି ଗ୍ରାମର ନିମାଇଁ ସିଂ ଙ୍କ ପୁଅ ଶଙ୍କର୍ଷଣ ସିଂ (୬୩) ଦୁଇଦିନ ପୂର୍ବରୁ ଅସୁସ୍ଥ ଥାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିଲେ | ତେବେ ଗତ ୨୮ ତାରିଖ ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ହୃଦଘାତ ରେ ତାଙ୍କର ପରଲୋକ ହୋଇଯାଇଛି | ସେ ଜଣେ ଅତ୍ୟନ୍ତ ମେଳାପି, ମିଷ୍ଠ ଭାଷୀ, ପରୋପକାରୀ ବ୍ୟକ୍ତି ଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ଗ୍ରାମ ମଶାଣିରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି |
إرسال تعليق