ଭୁବନେଶ୍ୱର,୨୭/୯(ଓଡ଼ିଶା ଆଦର୍ଶ): କଟକ ଜିଲ୍ଲା ନରସିଂହପୁର ନିବାସୀ ବିଭୁ ନାମକ ଯୁବକ ଗତ ସନ୍ଧ୍ୟାରେ ବାଙ୍ଗାଲୋର ରେ ଏକ ଘରେଇ କମ୍ପାନୀରେ ସିକୁରିଟି ଡିୟୁଟି କରୁଥିବା ସମୟରେ ହୃଦଘାତ ଘଟିଥିଲା। ତୁରନ୍ତ ପାଖରେ ଥିବା ମଣିପାଳ ଡାକ୍ତରଖାନାକୁ ବିଭୁଙ୍କୁ ନିଆଯାଇଥିଲା ହେଲେ ଡାକ୍ତର ସେଠାରେ ବିଭୁ ଙ୍କୁ ମୃତ ଘୋଷଣା କରିଥିଲେ। ଆଜି ପରିବାର ଠାରୁ ସୂଚନା ପାଇ ବାଙ୍ଗାଲୋର ରେ ରହୁଥିବା ଗରିବ ଓଡ଼ିଆଙ୍କ ସେବାରେ ସେବକ ଦିଲ୍ଲୀପ କୁମାର ମିଶ୍ର ପହଞ୍ଚି ପୁରୁଣା ଏୟାରପୋର୍ଟ ରୋଡ଼ ରେ ଥିବା ମଣିପାଲ ହସ୍ପିଟାଲ୍ ରେ କମ୍ପାନୀର ସହକର୍ମୀଙ୍କ ସହ ମିଶି ନିକଟସ୍ଥ ପୋଲିସ ଷ୍ଟେସନ ସହଯୋଗରେ ,ଶବ ବ୍ୟବଚ୍ଛେଦ ପାଇଁ ସି ଭି ରମଣ ନଗରରେ ଥିବା ସି ଏମ ହସ୍ପିଟାଲ୍ ଠାରେ ସମସ୍ତ ଡାକ୍ତରୀ ଓ ପୋଲିସ ର ଆବଶ୍ୟକ କାଗଜପତ୍ର କରାଇବା ପରେ ଓଡ଼ିଶାରେ ଥିବା ପରିବାର ଓ ଜିଲ୍ଲା ପ୍ରଶାସନ ଶ୍ରମ ଅଧିକାରୀ ଙ୍କୁ ଅବଗତ କରିଥିଲେ। ପରେ ପାର୍ଥିବ ଶରୀରକୁ ଆକାଶ ମାର୍ଗରେ ନିଜ ଜନ୍ମ ମାଟି ଓଡ଼ିଶାକୁ ପଠାଇବା ବ୍ୟବସ୍ଥା କରାଇଥିଲେ । କମ୍ପାନୀ ତରଫରୁ ମଧ୍ୟ ସମସ୍ତ ସହଯୋଗ କରାଯାଇଥିଲା। ଦିବଙ୍ଗତ ଆତ୍ମାକୁ ଟିମ୍ ଓଡ଼ିଆ କମ୍ୟୁନିଟି ବେଙ୍ଗାଲୁରୁ ତରଫରୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ତେବେ ୨୪×୭ ବାଙ୍ଗାଲୋର ରେ ରହୁଥିବା ଗରିବ ଓଡ଼ିଆଙ୍କ ସେବାରେ ସେବକ ଦିଲ୍ଲୀପ କୁମାର ମିଶ୍ର ଙ୍କୁ ପ୍ରବାସୀ ଓଡିଆ ଙ୍କ ତରଫରୁ ଧନ୍ୟବାଦ୍ ଜ୍ଞାପନ କରାଯାଇଛି।
إرسال تعليق