ନୀଳଗିରି,୧୫/୯(ଓଡ଼ିଶା ଆଦର୍ଶ): ନୀଳଗିରି ରେ ଆରମ୍ଭ ହେଲା ସୁଭଦ୍ରା ସ୍ୱାଗତ ସଚେତନତା ପଦଯାତ୍ରା। ନୀଳଗିରି ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଙ୍କ ଉପସ୍ଥିତିରେ ଆଇସିଡ଼ିଏସ ଏବଂ ମିଶନ ଶକ୍ତିର କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଏକ ସଚେତନତା ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ନୀଳଗିରି ବ୍ଲକ୍ ପରିସରରୁ ଏହି ସୁଭଦ୍ରା ସ୍ୱାଗତ ସଚେତନତା ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନୀଳଗିରି ସମ୍ମନିତ ଶିଶୁ ବିକାଶ, ମିଶନ ଶକ୍ତିର ମହିଳା ମାନେ ଉପସ୍ଥିତ ରହି ଉକ୍ତ କାର୍ଯକ୍ରମକୁ ସୂଚାରୁ ରୁପେ ପରିଚାଳନା କରିଥିଲେ। ଉକ୍ତ ସଚେତନତା ରାଲି ନୀଳଗିରି ବ୍ଲକ ପରିସରରୁ ବାହାରି ବଜାର ପରିକ୍ରମା କରିଥିଲେ। ସେଇଭଳି ନୀଳଗିରି ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ଶୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ମଧ୍ୟ ଏହି ସୁଭଦ୍ରା ସ୍ୱାଗତ ସଚେତନତା ପଦଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି। ତେବେ ଚଳିତ ବର୍ଷ ନିର୍ବାଚନ ଇସ୍ତାହାର ରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା ନେଇ ବିଜେପି ଦଳ ପକ୍ଷରୁ ଘଷଣା କରଯାଇଥିବା ବେଳେ ଆଜି ସୁଭଦ୍ରା ଯୋଜନା ପ୍ରଚାର ପ୍ରସାର ପାଇଁ ସୁଭଦ୍ରା ସ୍ୱାଗତ ସଚେତନତା ପଦଯାତ୍ରା କାର୍ଯକ୍ରମ ଆୟୋଜିତ ହୋଇଥିବା ଜଣାପଡିଛି। ତେବେ ଏହି ସୁଭଦ୍ରା ଯୋଜନା ମଧ୍ୟମରେ ବର୍ଷକୁ ଦୁଇଟି କିସ୍ତିରେ ଦଶ ହଜାର ଟଙ୍କା ପ୍ରତି ସୁଭଦ୍ରା ହିତାଧିକାରୀ ଙ୍କୁ ମିଳିବ ଯାହା ମହିଳା ମାନଙ୍କୁ ସ୍ବାବଲମ୍ବୀ କରାଇବାରେ ସହାୟକ ହେବ।
إرسال تعليق